Odisha News

ବାଲିଗୁଡ଼ା: ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷାବିତ ସର୍ବପଲ୍ଲୀ ଡ଼.ରାଧା କ୍ରିଷ୍ଣାନଙ୍କ ୧୩୫ ତମ ଜୟନ୍ତୀ ଅବସରରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ରାଧା କ୍ରିଷ୍ଣାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ସେଥି ମଧ୍ୟରୁ ୧୫ ଜଣ ଛାତ୍ର ଛାତ୍ରୀ ବିଭିନ୍ନ କୌତୁକ ପୋଷାକ ପରିଧାନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜର ନିଖୁଣ ଅଭିନୟ ପରିବେଷଣ କରିଥିଲେ ।
କୃତି ପ୍ରତିଯୋଗୀ ମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଡେଭିଡ଼ ଡିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ
ବାଲିଗୁଡ଼ା,୬/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟ ରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀ ଙ୍କୁ ଉଠାଇ ଅପହରଣ କରିନେଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସହ ସଦଳବଳ ପୁଲିସ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ।
ଅପହରଣ ରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିଲା । ପୁଲିସ ପିଛା କରି ଅପହରଣ ରେ ସାମିଲ ଥିବା ଗୋଟିଏ ବୋଲେରୋ ଓ ଇନୋଭା କୁ କାବୁ କରି ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦାଫାଶ କରିଛି ବାଲିଗୁଡା ପୋଲିସ।
ଗତ ମଙ୍ଗଳବାର ସନ୍ଧ୍ୟା ରେ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ଇନୋଭା ନଂ.ଓଆର- ୦୨-ଏନ-୧୧୧୯ ବିଏଚ -ଓ ଗୋଟିଏ ବୋଲେରୋ ନଂ.ଓଡି-୦୨ବି-ଏଚ – ୩୯୮୯ ଏପରି ଦୁଇଟି ଗାଡି ଜବତ କରାଯାଇଛି।
ଏହାସହ ଦୁଇ ଅପହୃତ ମାଂସ ବ୍ୟବସାୟୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଏବଂ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡ ରେ ଅଣାଯିବ ବୋଲି ବାଲିଗୁଡା ଏସଡିପିଓ ୟସ ପ୍ରିତମ ଶ୍ରୀମଲ ଓ ପ୍ରୋବେସନାଲ ଡିଏସପି ଶୁଭ୍ରଜିତ ବିଶ୍ଵାଳ ସ୍ପଷ୍ଟ କରିଛନ୍ତି।
ଏହା ସହ ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦୋଳା ଥାନା ଅଞ୍ଚଳ ର ରାହୁଲ ପ୍ରଧାନ, ମିଥୁନ ଜେନା, ଲିଙ୍ଗରାଜ ଜେନା, ସୁନୀଲ ପାଣ୍ଡି, ଶ୍ରୀତମ ସ୍ୱାଇଁ, ହିନା ପାଣ୍ଡି, ଜିତୁ ପ୍ରଧାନ, ଜଗେନ୍ଦ୍ର ରାଉତ, ଓ ଗଣେଶ ସ୍ୱାଇଁ ବୋଲି ବାଲିଗୁଡା ଏସଡିପିଓ ସୂଚନା ଦେଇଛନ୍ତି କ୍ଷ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସ.ଆଇ. ଓମ ନାରାୟଣ ପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Related Posts

Seo wordpress plugin by www.seowizard.org.