Odisha News

ବାଲିଗୁଡ଼ାରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସଞ୍ଜୟ କୂମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୦/୧୧: ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ ପ୍ରାଣୀମାନଙ୍କ ସୁରକ୍ଷା ଓ ଚାଷ ବିଷୟରେ ଆଲୋକପାତ କରାଇଥିଲେ ଉପସ୍ଥିତ ଚାଷୀଙ୍କୁ ।
ସମ୍ମାନୀତ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରୀପାଠୀ ଯୋଗ ଦେଇ ଥିଲେ ।
ଡଃ.ଜୀବନ କୃଷ୍ଣ ସାହୁ ଜିଲ୍ଲା ମୁଖ୍ୟ ପ୍ରତୀକ ଚିକିତ୍ସା ଅଧିକାରୀ ଏହି ସଭାରେ ସଭାପତିତ୍ୱ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟକ ଚାଷୀ ଏକି ଉତ୍ସବରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସକାଳୁ ଗୋ ପୂଜନ,ଗୋ ଚିକିତ୍ସା, ଗୋ ପ୍ରଦର୍ଶନୀ ଏବଂ ଚାଷୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.