Odisha News

ବାଲିଗୁଡ଼ାରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୫/୧: ଜାତୀୟ ଭୋଟର ଦିବସ ଅବସରରେ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ “ଭୋଟ୍ ଦେବା ଗଣତନ୍ତ୍ର ସୁଦୃଢ କରିବା” ଥିମ୍ ନେଇ ଟାଉନ ହଲ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଓ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତରେ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
୧୪ ତମ ଭୋଟର ଦିବସ ଅବସରରେ ନୁଆ ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରିବା ସହ ନିର୍ଭିକ ଭାବେ ଭୋଟ୍ ଦେବା ଓ ଗଣତନ୍ତ୍ରକୁ ସୁଦୃଢ଼ କରିବା ନେଇ ଏକ ଶପଥ ପାଠ କରାଯାଇଥିଲା । ଏଥିରେ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ।
ବାଲିଗୁଡାରେ ମିନି ମାରାଥନ ଗଣଦୌଡ଼ ପ୍ରତିଯୋଗିତା
ବାଲିଗୁଡା,୨୫/୧: ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ଏବଂ ଜାତୀୟ ମତଦାତା ଦିବସ ପାଳନ ଅବସରରେ ପ୍ରତ୍ୟୁଷରେ ଉପଖଣ୍ଡ ପ୍ରଶାସନ ତରଫରୁ ଏକ ମିନି ମାରାଥନ ଗଣଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଓ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଉଭୟ ଛାତ୍ର ଛାତ୍ରୀ ଧଳା ପୋଷାକ ପରିଧାନ କରି ସ୍ଥାନୀୟ କଲେଜ ସମୁଖରୁ ବାହାରି ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟକୁ ଯାଇ ପୁଣି ଉପଜିଲ୍ଲାପାଳ କାର‌୍ୟ୍ୟାଳୟ ନିକଟକୁ ଫେରିଥିଲେ ।
ଏଥିରେ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ । ଗଣଦୌଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତି ଅର୍ଜନ କରିଥିବା ତିନିଜଣ ଯୁବକ ଓ ତିନିଜଣ ଯୁବତୀଙ୍କୁ ସମ୍ମିଳିତ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଗଣଦୌଡ଼ ସମୟରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦେଶରେ ସଦଳ ବଳ ପୋଲିସ ରାସ୍ତାଦୁଇ ପାର୍ଶ୍ୱ ଏବଂ ସମସ୍ତ ଛକ ସ୍ଥାନ ମାନଙ୍କରେ ମୃତୟନ ରହି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ ।

Related Posts

Seo wordpress plugin by www.seowizard.org.