Odisha News

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା ,୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟ ରେ ସ୍ଥାନୀୟ ସଭାଗୃହ ଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ।
କେନ୍ଦ୍ର ରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟ ରେ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ ଏକଛତ୍ର ବାଦ ବିରୋଧ ରେ ଏକତ୍ରିତ ହେବା ଜନ ଜାଗରଣ କରିବା କଂଗ୍ରେସ ର ଲକ୍ଷ୍ୟ ବୋଲି କନ୍ଧମାଳ ଲୋକସଭା କ୍ଷେତ୍ରର ଏଲଡିଏମ ସଂଯୋଜକ ଅମିର ଚାନ୍ଦ ନାୟକ ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟ ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ସାନଖେମୁଣ୍ଡି ବିଧାୟକ ରମେଶ ଜେନା , ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ,ସନ୍ତୋଷ ସିଂ ସାଲୁଜା, କନ୍ଧମାଳ ଜିଲ୍ଲା ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, , ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ଅନାମ ନାୟକ, ଅମିର ଚାନ୍ଦ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ନକୁଳ ନାୟକ ପ୍ରମୁଖ ଏହି ସଭାର ଅଧ୍ୟକ୍ଷତା କରିବେ। ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, ମହିଳା କଂଗ୍ରେସ ସଦସ୍ୟ , ଯୁବ କଂଗ୍ରେସ ସଦସ୍ୟ, ଅନୁସୂଚିତ ଜନଜାତି, ଜାତି ବର୍ଗ ର ସଭାପତି ସମେତ ୧୦ ହଜାର ରୁ ଅଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ଓ ବିଜେଡି ଦଳ ଛାଡ଼ି କଂଗ୍ରେସରେ ପ୍ରାୟ ୧ ହଜାରରୁ ଊର୍ଧ୍ଵ ଲୋକ ଯୋଗ ଦେବେ।
କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ, ଟାର୍ଗେଟରେ ଥିଲେ ବିଏସ୍ଏଫ୍ ଜବାନ
କନ୍ଧମାଳ,୧/୯: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି। ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଏକ ଷ୍ଟିଲ୍ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍ଟର ବ୍ୟାଟେରୀ, ଜରି ଟ୍ୟାପ୍ ଓ ୨୦ ମିଟର ବିଦ୍ୟୁତ୍ ତାର ଓ ବ୍ଲେଡ ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦର ଠାରେ ବିଏସଏଫ ଏବଂ ଏସଓଜି ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା।
ଏହି ସମୟରେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଥିଲା । ଟିଫିନ ବୋମା ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବାହିନୀ ପହଞ୍ଚି ଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡି ଦେଇ ଚାଲି ଯାଇଥବା ଅନୁମାନ କରାଯାଉଛି।ବିଏସ୍ଏଫ୍ର ଡଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ।
ପରେ ଏହାକୁ ବେଶ୍ ସତର୍କତାର ସହିତ ନିଷ୍କ୍ରିୟ କରାଯାଇଥିଲା।କମ୍ବିଂ ଅପରେସନରେ ନିୟୋଜିତ ବିଏସ୍ଏଫ ଜବାନ ମାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏହି ଆଇଇଡି (ଓଋଊ) ଖଞ୍ଜିଥିବା କୁହାଯାଉଛି। ପ୍ରକାଶ ଥାଉକି, କିଆମୁଣ୍ଡା ଅଞ୍ଚଳରେ ଗତ ଦିନରେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।
ଗୋଚ୍ଛାପଡା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ଏସବୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧିକୁ ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି ।

Related Posts

Seo wordpress plugin by www.seowizard.org.