Odisha News

ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ

ଭୁବନେଶ୍ବର/କଟକ,୨୭/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର‌୍ୟ୍ୟର ଶିଳାନ୍ୟାସ କରିଛନ୍ତି।
ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ।
ବାରବାଟୀ ଷ୍ଟାଡିୟମ୍ର ଶିଳାନ୍ୟାସ ଅବସରରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ, ଓସିଏ ସଭାପତି, ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ପଜ୍ଞାନ ଓଝା ମଧ୍ୟ କାର‌୍ୟ୍ୟକ୍ରମରେ ଜଡ଼ିତ ଥିଲେ।
ବାରବାଟୀ ଷ୍ଟାଡିୟମ୍ର ଶିଳାନ୍ୟାସ ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।
ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୁରୀସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ବ୍ରହ୍ମପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଯାଜପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ପୁରୀରେ ମହିଳା କ୍ରିକେଟ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଗଞ୍ଜାମରେ ଭାରୋତ୍ତୋଳନ ଏକାଡେମୀ, ଯାଜପୁରରେ ହକି ପ୍ରଶିକ୍ଷଣ କେନ୍ଦ୍ର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଭିଏସଏସ କ୍ରିକେଟ ଷ୍ଟାଡିୟମର ପୁନଃବିକାଶ, ବରଗଡ଼ରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଢେଙ୍କାନାଳରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ଯାଜପୁରରେ ସ୍ପୋର୍ଟ୍ସ ଏକାଡେମୀ ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତ୍ତିପ୍ରସ୍ତର ରଖିଛନ୍ତି।

Related Posts

Seo wordpress plugin by www.seowizard.org.