Odisha News

ବାରବାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ୍!

ଭୁବନେଶ୍ବର, ୨୨/୨ : ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି । ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି ।
ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି । ଅରୁଣ ଜେଟଲି ଷ୍ଟାଡିୟମରେ ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ ପଡ଼ୁଥିବାରୁ ସେଥିପାଇଁ ଏହି ଷ୍ଟାଡିୟମ ପ୍ରସ୍ତୁତ ହୋଇନଥିବ । ଏଥିପାଇଁ ବାରବାଟୀକୁ ବିକଳ୍ପ ଭେନ୍ୟୁ ଭାବେ ବିଚାର କରାଯାଉଛି । ତେବେ ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।
ତେବେ ବାରବାଟୀରେ ଆଇପିଏଲ ମ୍ୟାଚ ଆୟୋଜନ ହେବା ନୂଆ କଥା ନୁହେଁ । ପୂର୍ବରୁ ଏହି ଷ୍ଟାଡିୟମରେ ବେଶ କେତୋଟି ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗସ-୧୧ ପଂଜାବର ଏହା ହୋମ ଗ୍ରାଉଣ୍ଡ ଥିଲା ।

Related Posts

Seo wordpress plugin by www.seowizard.org.