Bollywood

ବଲିଉଡ୍ ଅଭିନେତା ଅନୁପମ୍ ଖେରଙ୍କ ଘୋଷଣା: ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ୍

ଗୋଆ/ଭୁବନେଶ୍ୱର,୨୩/୧୧: ରିଲିଜ୍ ପୂର୍ବରୁ ‘ପ୍ରତୀକ୍ଷା’କୁ ବଡ଼ ସଫଳତା । ଓଲିଉଡ୍ ଜଗତ ପାଇଁ ଏକ ଖୁସି ଖବର। ‘ଦମନ’ର ସଫଳତା ପରେ ପୁଣି ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏହି ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍ର ବର୍ଷୀୟାନ୍ ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍।
ଏନେଇ ସେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଘୋଷଣା କରିଛନ୍ତି। ସେ କହିଛନ୍ତି ‘’ସରପ୍ରାଇଜ୍ ବି ଦେବାକୁ ଚାହୁଁଛି ଏବଂ ପ୍ରାଇଜ୍ ବି ଦେବାକୁ ଚାହୁଁଛି। ବାପା ପୁଅଙ୍କ ଉତ୍ତମ ସମ୍ପର୍କକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟିକୁ ମୁଁ ହିନ୍ଦୀରେ ନିର୍ମାଣ କରିବି। ଏଥିରେ ମୁଁ ବାପା ଭୂମିକାରେ ଅଭିନୟ କରିବି’’।
ଏହା ସହିତ ସେ ଫିଲ୍ମର ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକଙ୍କୁ ୧,୧୦୦ ଟଙ୍କା ଟୋକନ୍ ମନି ମଧ୍ୟ ଦେଇଛନ୍ତି। ଏହି ଫିଲ୍ମକୁ ନେଇ ଅଭିନେତା ଅନୁପମ୍ ଉତ୍ସାହିତ ଏବଂ ବହୁତ ଖୁସି ଥିବା ଜଣା ପଡ଼ିଛି। ସୂଚନାଥାଉକି ଏହି ଚଳଚ୍ଚିତ୍ରଟି ଗୋଆରେ ହେଉଥିବା ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି।
ଅନୁପମ ଖେର୍ଙ୍କର ଏପରି ଘୋଷଣା ପରେ ‘ପ୍ରତିକ୍ଷା’ର ନିର୍ଦ୍ଦେଶକ ଅନୁପମ୍ ପଟ୍ଟାନାୟକ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସିଛି। ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି କ୍ଷ

Related Posts

Seo wordpress plugin by www.seowizard.org.