Odisha News

ବର ଦେବତା ହେଲେ, କନ୍ୟା ଦେବୀ; ବିବାହ ବେଦୀର ପତ୍ନୀର ପାଦ ଛୁଇଁଲେ ସ୍ୱାମୀ

ଭୁବନେଶ୍ୱର,୩/୧: ହିନ୍ଦୁ ବିବାହ ସମୟରେ ବର ଓ କନ୍ୟା ଗୁରୁଜନମାନଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଗୁରୁଜନମାନେ ମଧ୍ୟ ନବ ଦମ୍ପତିକୁ ସେମାନଙ୍କର ଶୁଭାଶିଷ ପ୍ରଦାନ କରିଥାନ୍ତି । ସେହିପରି କନ୍ୟା ବରକୁ ନିଜର ଦେବତା ଭାବେ ଗ୍ରହଣ କରି ତାଙ୍କର ପାଦ ଛୁଇଁ ଆଶୀର୍ବାଦ ଦ ନେଇଥାଏ । ବହୁ କାଳରୁ ଭାରତୀୟ ବିବାହ ରୀତିନୀତି ଓ ପରମ୍ପରା ଆଧାରିତ ଏଭଳି ବିବାହ ହୋଇଆସିଛି । କିନ୍ତୁ ପରିବତ୍ତିତ ସମୟରେ ବଦଳିଛି ପରମ୍ପରା । ବଦଳିଛି ଆଶୀର୍ବାଦ ଭିକ୍ଷା କରିବାର ଶୈଳୀ । ଖାଲି କନ୍ୟା ନୁହେଁ, ବର ମଧ୍ୟ କନ୍ୟାର ପାଦ ଛୁଇଁ ନିଜର ପ୍ରେମକୁ କନ୍ୟାର ପାଦ ତଳେ ସମର୍ପଣ କରୁଛି ।
ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳୁଛିି ଯେ ବିବାହ ପରେ ଉଭୟ ବର ଓ କନ୍ୟା ପରିସ୍ପରର ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ବର ନିଜ ପିତାମାତା ଓ ପରିଜନଙ୍କ ସାମ୍ନାରେ କନ୍ୟାର ପାଦ ଛୁଇଁ ନିଜର ପ୍ରେମ ଜାହିର କରିଛନ୍ତି ।
ଏଭଳି ଭିନ୍ନ ପରମ୍ପରାକୁ ସମ୍ମାନ ଜଣାଇଛନ୍ତି ଉଭୟ ବର ଓ କନ୍ୟା ଘରର ପରିବାର ଓ ପରିଜନ ।
ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହି ଭିଡିଓ କମେଂଟ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଭିଡିଓରେ ଉଭୟଙ୍କର ପରସ୍ପର ପ୍ରତି ରହିଥିବା ପ୍ରେମର ନିବିଡତା ସ୍ପଷ୍ଟ ବାରିହୋଇପଡୁଛି ।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା ହେଉଛି ଶ୍ୱାସତ ପ୍ରେମ ।

Related Posts

Seo wordpress plugin by www.seowizard.org.