Odisha News

ବନ ବିଭାଗ ଚେକ୍ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଲା ପିକ୍ଅପ୍ ଭ୍ୟାନ୍, ୩ ଗୁରୁତର

ବସ୍ତା, ୭/୪: ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ନିକଟରେ ଦୁର୍ଘଟଣା ହୋଇଛି। ଜଙ୍ଗଲ ବିଭାଗର ଆଣ୍ଟି ପୋଚିଂ ବାରାକର ଚେକ୍ ପୋଷ୍ଟକୁ ଭ୍ୟାନ୍ ଧକ୍କା ଦେଇଥିଲା। ଡ୍ୟୁଟିରେ ଥିବା ଆଣ୍ଟି ପୋଚିଂ ବାରାକର ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି।
ଘଟଣାସ୍ଥଳରେ ବସ୍ତା ପୁଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଅଟକ ରଖି ବସ୍ତା ପୁଲିସ ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.