Odisha News

ବନ୍ଧୁ ମିଳନ ନାମରେ ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକରେ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଓ ନେତା ଙ୍କ ସମାବେଶ

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼, ୨୨/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମହିପୁର ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ମା ତାରିଣୀ କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଫଟୋ ସମ୍ବଳିତ ବିଜୁଜନତା ଦଳ ର ବ୍ୟାନର ଲଗାଯାଇ ନୂଆଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଅସନ୍ତୁଷ୍ଠ ବିଜେଡ଼ି ନେତା ଓ କର୍ମୀ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତା୨୦/୭ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଦଶପଲ୍ଲା ର ସମାଜସେବୀ କୁହାଯାଉଥିବା ଶ୍ରୀ ହରି ନାୟକଙ୍କ ନେତୃତ୍ୱ ଓ ସଭାପତିତ୍ବରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର କାପ୍ତାପଲ୍ଲି ଓ ଗୁମି ପଞ୍ଚାୟତ କୁ ଛାଡ଼ି ପ୍ରାୟତଃ ଅନ୍ୟ ସମସ୍ତ ପଞ୍ଚାୟତର ଏକାଧିକ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ,ନେତା ଓ ବିଜେଡ଼ି ବିରୋଧୀ ନେତା ମାନେ ଯୋଗଦେଇ ଥିଲେ।
ବକ୍ତା ମାନେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଙ୍କ ନେତୃତ୍ୱ ବିରୋଧରେ ବକ୍ତବ୍ୟ ରଖିଥିବା ବେଳେ,ପ୍ରତ୍ୟେକ ପଞ୍ଚାୟତ ରେ ବିଧାୟକ ଶ୍ରୀ ବେହେରା ଙ୍କ ବିରୁଦ୍ଧରେ ସମସ୍ତ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଓ ବିରୋଧୀ ଙ୍କୁ ନେଇ ସଂଗଠନକୁ ସୁଦୃଢ କରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରି ହରି ନାୟକ ଙ୍କୁ ନିର୍ବାଚିତ କରିବାପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଦୋଷ କୁମାର ଜେନା,ପୂର୍ବତନ ସାଂସଦ ଙ୍କ ପ୍ରତିନିଧି ସନଦ କୁମାର ବେହେରା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଫୁଲ୍ଲ ମହାପାତ୍ର,ପୂର୍ବତନ ସରପଂଚ ଶରତ କୁମାର ସ୍ବାଇଁ,ଲିଙ୍ଗରାଜ ପରିଡ଼ା,ମାନସ ଦାସ,ପୂର୍ବତନ ସମିତିସଭ୍ୟ ସନ୍ତୋଷ କୁମାର ସେଠୀ ସମେତ ବିଭିନ୍ନ ପଞ୍ଚାୟତର କେତେକ ଅସନ୍ତୁଷ୍ଟ ବିଜେଡ଼ି ନେତା ଉପସ୍ଥିତ ଥିଲେ।
ଶ୍ରୀ ହରି ନାୟକ ଙ୍କ ଦ୍ଵାରା ବିଜେଡ଼ି ର ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ନେଇ ଆୟୋଜିତ ଏହି ବନ୍ଧୁମିଳନ ସମାବେଶ ରୁ ନୂଆଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଧାୟକ ଶ୍ରୀ ବେହେରା ଙ୍କ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଉଥିବା ବାରିହୋଇ ପଡୁଥିବା ବେଳେ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡ଼ି ର ମଙ୍ଗଧରିଥିବ ବିଧାୟକ ଶ୍ରୀ ବେହେରା ଙ୍କ ନେତୃତ୍ୱ ଓ ସାଙ୍ଗଠନିକ କାର୍ଯ୍ୟଧାରା ନେଇ ରାଜନୈତିକ ମହଲରେ ପ୍ରଶ୍ନ ବାଚି ସୃଷ୍ଠି କରିଛି।
ପ୍ରକାଶ ଥାଉକି ଏକଦା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଗଡ଼ ଥିବାବେଳେ ଦଶପଲ୍ଲାର ବରପୁତ୍ର କୁହାଯାଉଥିବା ଦକ୍ଷ ସଂଗଠକ ପୂର୍ବତନ କନ୍ଧମାଳ ସାଂସଦ,
,ଦଶପଲ୍ଲା ବିଧାୟକ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ବଳିଷ୍ଠ ସଂଗଠନ ଓ ନେତୃତ୍ୱ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆଜିର ବିଜୁଜନତା ଦଳ ଗଢ଼ିଉଠିଥବା ବେଳେ,
ଦଳୀୟ ହାଇକମାଣ୍ଡ ଙ୍କ ଠାରୁ ଟିକେଟ ପାଇ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସଂଗଠନ ଓ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ବଳରେ ବିଜେଡ଼ି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଜେଡ଼ି ର ମଙ୍ଗ ଧରିଥିବା ବିଧାୟକ ମାନେ ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ କୁ ସୁଦୃଢ କରିଥିବା ଓ ଦଳପ୍ରତି ଆନୁଗତ୍ୟ ଥିବା ପୁରୁଖା ନେତା ଓ କର୍ମୀ ମାନଙ୍କୁ ସବୁକ୍ଷେତ୍ରରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଆସୁଛି।
ଯେଉଁଥି ପାଇଁ ଗ୍ରାମାଞ୍ଚଳରେ ବିଜେଡ଼ି ର ପୁରୁଖା ନେତା ଓ କର୍ମୀ ଙ୍କ ମନରେ ଅସନ୍ତୋଷ ଥିବା ବେଳେ ,ଶ୍ରୀ ହରି ନାୟକ ଙ୍କ ନେତୃତ୍ୱରେ ବିରୋଧୀ ଓ ଅସନ୍ତୁଷ୍ଟ ମାନେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ନେତୃତ୍ୱ ବିରୋଧରେ ସଂଗଠିତ ହେଉଥିବାରୁ ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଭାଜନ ଆଡ଼କୁ ଗତିକରୁଥିବାର ଆଶଙ୍କା ସୃଷ୍ଠି ହୋଇଛି।
ଏଥିନେଇ ବିଜେଡ଼ି ନେତ୍ରୁବର୍ଗ ଆବଶ୍ୟକ ପଦକ୍ଷେପ ନନେଲେ, ଆଗାମୀ ସାଧାରଣ ନିର୍ବାଚନ ରେ ବିରୋଧୀ ଏହାର ଫାଇଦା ନେବେ ବୋଲି ରାଜନତିକ ମହଲରେ ଓ ସାଧାରଣ ରେ ଚର୍ଚ୍ଚା ହେଉଛି।

Related Posts

Seo wordpress plugin by www.seowizard.org.