Odisha News

ଶେଷରେ ଟିଉସନ୍ ସାରଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା ୧୬/୩ : ବନ୍ଧା ହେଲେ ରସିକିଆ ଗଣିତ ସାର୍ । ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଘଟଣାରେ ଟିଉସନ ସାର୍ ଯୋଗେଶ ଶର୍ମାଙ୍କୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ଼ କୁତ୍ରା ଥାନା ଅଞ୍ଚଳରେ ଘଟଣା ।
ଖବର ଅନୁଯାୟୀ, ଗତ ୫ ତାରିଖ ଦିନ ନାବାଳିକାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ ଟିଉସନ ସାର୍ । ପରିବାରର ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ ।
ଶେଷରେ ଟିଉସନ୍ ସାର୍ଙ୍କୁ ବାନ୍ଧିଛି ପୋଲିସ । ବିହାର ରାଜ୍ୟର ସିବାନ ଜିଲ୍ଲା କରୁଆ ଅଞ୍ଚଳର ଏକ ଭଡ଼ାଘରୁ ନାବାଳିକାଙ୍କୁ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ ।
ଗିରଫ ପରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ନାବାଳିକାଙ୍କୁ ନେଇ ଫେରାର ହେବା ପରେ ଟିଉସନ ସାର୍ ତାଙ୍କୁ ବିବାହ କରିଛନ୍ତି ।
ତାଙ୍କ ମଥାରେ ସଂଖା ଓ ସିନ୍ଦୁର ଦେଇ ବିବାହ କରିଛନ୍ତି ଟିଉସନ ସାର୍। ସେପଟେ ଅଭିଯୁକ୍ତ ଟିଉସନ ସାର୍ଙ୍କୁ କୋର୍ଟ ଚାଲାଣ କୁତ୍ରା ଥାନା ପୋଲିସ ।

Related Posts

Seo wordpress plugin by www.seowizard.org.