Odisha News

ବନ୍ଧାହେଲେ କୁବେର ବାବୁ : OSPCB ମୁଖ୍ୟ ଇଂଜିନିୟର ରବି ନାରାୟଣ ପୃଷ୍ଟି ଗିରଫ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟଚାଲାଣ

ଭୁବନେଶ୍ୱର,୪/୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ OSPCB ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଭୁବନେଶ୍ୱରର ପଟିଆରେ ରବି ନାରାୟଣ ପୃଷ୍ଟିଙ୍କର ଗୋଟିଏ ଫ୍ଲାଟ୍ ଅଛି। ପୁରୀ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ତାଙ୍କର ଗୋଟିଏ ଫ୍ଲାଟ ରହିଛି ଓ ଏହାର ବର୍ତ୍ତମାନ ବଜାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ। ଫୁଲନଖରାର ଗ୍ରାଣ୍ଡ ଆବାସରେ ତାଙ୍କର ଏକ ଫ୍ଲାଟ ଅଛି ଓ ଏହାର ଦାମ୍ ୬୦ ଲକ୍ଷ ଟଙ୍କାରୁ ଅଧିକ।
ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ବାରଭୂଜା ମାର୍କେଟ କମ୍ପ୍ଲେକ୍ସରେ ତାଙ୍କର ଗୋଟିଏ ଦୋକାନ ଅଛି। ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଓ ଏହା ଆଖପାଖରେ ତାଙ୍କର ତିନିଟି ପ୍ଲଟ୍ ରହିଛି। ଏଗୁଡ଼ିକର ବଜାର ମୂଲ୍ୟ କୋଟି କୋଟି ଟଙ୍କା।
ଏହି ପ୍ଲଟ ଗୁଡ଼ିକର କିଣାବିକା ବେଳେ ଯାବତୀୟ ଅନିୟମିତତା ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେଥିପାଇଁ ଏ ଦିଗରେ ତଦନ୍ତ ଜାରି ରହିଛି।
ରବି ନାରାୟଣ ପୃଷ୍ଟିଙ୍କର ବ୍ୟାଙ୍କ, ବୀମା ଓ ବଣ୍ଡ ଜମା ବାବଦକୁ ୮୯.୬୪ ଲକ୍ଷ ଟଙ୍କା ରହିଛି। ତାଙ୍କ ପାଖରୁ ୩୫୫ ଗ୍ରାମ ସୁନା ଓ ୬୯୨ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ଏହା ସହିତ ତାଙ୍କର ଗୋଟିଏ ଚାରି ଚକିଆ ଓ ତିନିଟି ଦୁଇ ଚକିଆ ଯାନକୁ ଜବତ କରାଯାଇଛି।
ଶ୍ରୀ ପୃଷ୍ଟି ରାଜ୍ୟ ବାହାରେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଟଙ୍କା ନିବେଶ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ତେଣୁ ସେ ଦିଗରେ ତଦନ୍ତ ଜାରି ରଖାଯାଇଛି।
ଗୁରୁବାର ଭିଜିଲାନ୍ସ ବିଭାଗର ୪ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ। ସେମାନେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଥିଲେ।

Related Posts

Seo wordpress plugin by www.seowizard.org.