Odisha News

ବନ୍ଦ ହେଲେ ହୀରାକୁଦ ଡ୍ୟାମର ୪ଟି ଗେଟ୍

ଭୁବନେଶ୍ବର,୨୦/୮: ବର୍ତ୍ତମାନ ହୀରାକୁଦ ଡ୍ୟାମର ୪ଟି ଗେଟ ବନ୍ଦ ହୋଇଛି। ଏବେ ୧୬ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି। ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦର ଜଳସ୍ତର ୬୨୦.୭୧ ଅଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୩ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪,୬୦୦ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ସକାଳ ୯ଟା ସୁଦ୍ଧା ୮ ଲକ୍ଷ ୫୭ ହଜାର ବନ୍ୟାଜଳ ପାସ କରୁଛି।

Related Posts

Seo wordpress plugin by www.seowizard.org.