Odisha News

ବନଦୁର୍ଗା ବସକୁ ଧକ୍କା ଦେଲା ଟ୍ରକ୍

ବାହାନଗା/ସୋର,୩୦/୧୧: ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବ୍ଲକ ନିକଟରେ ଆଜି ଏକ ଯାତ୍ରୀବାହୀ ବସକୁ ପଛରୁ ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଆଜି ସକାଳେ ବନଦୁର୍ଗା ନାମକ ଏକ ବସ୍ ବାଲେଶ୍ଵରରୁ ଭୁବନେଶ୍ୱର ଯାଉଥିବା ବେଳେ ବାହାନଗା ବ୍ଲକ ଆଗରେ ପଛପଟୁ ଟ୍ରକ( ଏପି୧୬ଟି କ୍ୟୁ ୧୯୯୯) ଧକ୍କା ଦେଇଥିଲା।
ଫଳରେ ବସରେ ବସିଥିବା ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କୌଣସି କିଛି କ୍ଷତି ହୋଇନାହିଁ। ଏଥିରେ ଅନ୍ୟ କାହାରି କିଛି କ୍ଷତି ହୋଇ ନଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀ। ତେବେ ବସର ପଛ ପାଖ ଚେପା ହୋଇଯାଇଥିବା ଜଣାଯାଇଛି।
ପରେ ବସ ଡ୍ରାଇଭର ବସକୁ ସାଇଡ କରିଥିଲେ। ଟ୍ରକକୁ ଅଟକ ରଖି ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପରେ ଯାତ୍ରୀମାନେ ଥିବାରୁ ବସକୁ ତାର ଗନ୍ତବ୍ୟସ୍ଥଳରେ ଛାଡ଼ି ଦିଆଯାଇଥିଲା ।

Related Posts

Seo wordpress plugin by www.seowizard.org.