Top Stories

ବଜେଟ ୨୦୨୩ :ରାଷ୍ଟ୍ରପତି ବଜେଟ ଔପଚାରିକ ଭାବେ ଅନୁମୋଦନ

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ବଜେଟକଔପଚାରିକ ଭାବେ ଅନୁମୋଦନ ଦେଇଛନ୍ତି।
ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ ହୋଇଥିବାରୁ ଲୋକମାନେ ଏବଂ କର୍ପୋରେଟ କ୍ଷେତ୍ର ମଧ୍ୟ ଏଥିରୁ ବହୁତ ଆଶା ରଖିଛନ୍ତି।

Related Posts

Seo wordpress plugin by www.seowizard.org.