Odisha News

ଫେବ୍ରୁଆରୀ ୨୩ରେ ୪୫ ଟି ବୁଥରେ ଅନୁଷ୍ଠିତ ହେବ ସାନି ମତଦାନ

ଭୁବନେଶ୍ବର,୧୯/୨: ଗତ ୧୬ ତାରିଖ ଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଏହାରି ମଧ୍ୟରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଛି।
କିନ୍ତୁ ଭୋଟ ଗ୍ରହଣ ସମୟରେ କିଛି ବୁଥ୍ରେ ବିଭ୍ରାଟ କାରଣରୁ ମତଦାନ ଶାନ୍ତିଶୃଙ୍ଖଳାର ସହିତ ପରିଚାଳିତ ହୋଇପାରି ନାହିଁ।
ତେଣୁ ଆସନ୍ତା ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୪୫ଟି ବୁଥ୍ରେ ସାନି ମତଦାନ ହେବ। ଫେବ୍ରୁଆରି ୨୩ ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ଏହି ମତଦାନ ହେବ। ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ରେ ଭୋଟ ଗ୍ରହଣ କରାଯାଇ ପାରି ନଥିଲା।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ୧୮ ତାରିଖ ଦିନ ୨୦ଟି ବୁଥ୍ରେ ଭୋଟିଂ ହୋଇପାରି ନଥିଲା।
ତେଣୁ ଭୋଟିଂ ହୋଇପାରି ନଥିବା ୪୫ଟି ବୁଥ୍ରେ ଫେବ୍ରୁଆରି ୨୩ ତାରିଖରେ ମତଦାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ଯାଜପୁର, ପୁରୀ ଓ ଢେଙ୍କାନାଳ ଜିଲ୍ଲାର ୨୫ଟି ବୁଥ୍ରେ ମତଦାନ ହୋଇପାରି ନଥିଲା ଅଥିବା ବିଭ୍ରାଟ ଦେଖାଯାଇଥିଲା।
ସେହିପରି ୨ୟ ପର୍ଯ୍ୟାୟରେ ମଧ୍ୟ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କିଛି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ବେଳେ ବିଶୃଙ୍ଖଳା ଦେଖାଯାଇଥିଲା।

Related Posts

Seo wordpress plugin by www.seowizard.org.