Odisha News

ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା: ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୬/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା ସମ୍ଭାବନା । କିଛି ସ୍ଥାନରୁ ୧୯ରୁ ୨୧ଯାଏଁ ହାଲୁକା ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏଥିପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ହାଲୁକା ବର୍ଷା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୧୯ ତାରିଖରେ ୧୦ ଜିଲ୍ଲାର ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ହାଲୁକା ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଏଥିସହିତ ଦେବଗଡ, ବାଲେଶ୍ବର, ଭଦ୍ରକରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ସ୍ୱତେ ରାଜ୍ୟରେ ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related Posts