Odisha News

ପ୍ରେମ ଦିବସ ପାଳିଲେ ତାରା

ଭୁବନେଶ୍ୱର, ୧୪/୨: କଂଗ୍ରେସର ଚର୍ଚ୍ଚିତ ନେତା ତାରା ବାହିନପତି ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବିନନ୍ଦାସ ଅନ୍ଦଜା ସମସ୍ତଙ୍କୁ ପସନ୍ଦ ଆସିଥାଏ । ତାଙ୍କର ନିଆରା ଷ୍ଟାଇଲ ଏବଂ କଉତୁକିଆ କଥା ଯୋଗୁଁ ସେ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଆଜି ଭାଲେଣ୍ଟାଇନ୍୍ସ ଡେ ରେ ନିଜ ପତ୍ନୀଙ୍କୁ ନିଆରା ଢ଼ଙ୍ଗରେ ଭାଲେଣ୍ଟାଇନ୍୍ସ ଡେ ର ଶୁଭେର୍ଚ୍ଚା ଜଣାଇଛନ୍ତି । ଏକ ଫଟୋ ସେୟାର କରିବା ସହ ପତ୍ନୀଙ୍କ ପାଇଁ ଏକ ସୁନ୍ଦର ଟ୍ୱିଟ୍ ମଧ୍ୟ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜ ଟ୍ୱିଟ୍ରେ ପତ୍ନୀଙ୍କୁ ଖୁବ୍ ପ୍ରଶଂସା କରିବା ସହ ପତ୍ନୀଙ୍କ ବିନା ଜୀବନ ଅନ୍ଧକାରମୟ ବୋଲି କହିଛନ୍ତି । ଏହି ଅବସରରେ ସେ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.