Odisha News

ପ୍ରେମରେ ପାଗଳୀ! ୨୦ ବର୍ଷୀୟ ଯୁବତୀ ନିଜ ଚାକରଙ୍କୁ କଲେ ବିବାହ

ନୂଆଦିଲ୍ଳୀ, ୧/୧୦: କଥାରେ ଅଛି ପ୍ରେମ ମନେନା ଧନୀ କି ଗରିବ, ଉଚ୍ଚ କି ନୀଚ କିମ୍ବା ଅନ୍ୟ କୌଣସି ବି ପ୍ରକାରର ବାଧା ବିଘ୍ନ।
ପ୍ରେମ ଖାଲି ଗୋଟିଏ ମନ ସହ ଆଉ ଗୋଟିଏ ମନର ମିଳନ। ଜଣେ ୨୦ ବର୍ଷୀୟା ଯୁବତୀ ନିଜ ଗୃହ ସହାୟିକାଙ୍କୁ ପ୍ରେମ କରି ବିବାହ କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ତଳଙ୍କ ଘରର ପଶୁମାନଙ୍କୁ ଦେଖାଶୁଣା କରିବାରୁ ରଖିଥିଲେ। ମାତ୍ର ଯୁବକଙ୍କ ଉତ୍ତମ ବ୍ୟବହାର ତାଙ୍କୁ ଏତେ ଭଲଲାଗିଲା ଯେ ସେ ଯୁବକ ଜଣଙ୍କୁ ପ୍ରେମ କରିବସିଲେ। ଯୁବତୀ ଜଣକ ଯୁବକଙ୍କ ସଚ୍ଚୋଟତା ଦେଖି ପ୍ରେମ କରି ବସିଥିବା କଥା କହିଛନ୍ତି। ଏପଟେ ସେ ଆହୁରି ବି କହିଛନ୍ତି ଯେ ଭଲପାଇବା କେବେ ସ୍ତର ଦେଖେ ନାହିଁ।
ଯୁବତୀଙ୍କ ନାମ ମୁସ୍କାନ। ସେ ପାକିସ୍ତାନର ପଞ୍ଜାବର ବାସିନ୍ଦା। ଯୁବତୀ ଜଣକ ଏକ ୟୁଟ୍ୟୁବ୍ ଭିଡିଓରେ ବଖାଣିଛନ୍ତି ଯେ କିପରି ସେ ୨୫ ବର୍ଷୀୟ ଆମୀରଙ୍କୁ ମନ ଦେଇ ବସିଲେ। ଆମୀରଙ୍କୁ ସେ ନିଜ ଘରର ମଇଁଷିମାନଙ୍କ ଦେଖାଶୁଣା କରିବାକୁ ରଖିଥିବା କଥା କହିଛନ୍ତି।
ମୁସ୍କାନଙ୍କର ୪ଟି ମଇଁଷି ଥିଲା। ଯାହାର ଦେଖାଶୁଣା କରିବାକୁ ତାଙ୍କୁ ଜଣେ ଲୋକର ଆବଶ୍ୟକତା ପଡୁଥିଲା। ତା’ପରେ ଏହି କାମ ପାଇଁ ତାଙ୍କୁ ଆମୀର ମିଳିଥିଲେ। ଆମୀର ନିଜ କାମକୁ ଖୁବ୍ ମନ ଲଗାଇ କରୁଥିଲେ। ତାଙ୍କ ଆସିବା ପରେ ମଇଁଷିମାନେ ଅଧିକ ଦୁଗ୍ଧ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କୁ ଆମୀର ଭଲ ଲାଗିଲେ। ସେ ତା’ପରେ ଆମୀରଙ୍କୁ ପ୍ରେମ ନିବେଦନ କଲେ। ଏହା ମଧ୍ୟରେ ସେମାନଙ୍କ ବିବାହ ବି ହୋଇସାରିଛି।
ସେ ଦୁହେଁ ବେଶ୍ ଖୁସି ଥିବା କଥା ଗଣମାଧ୍ୟମରେ କହିଛନ୍ତି। ଆମୀରଙ୍କୁ ଗଣମାଧ୍ୟମ ପ୍ରତିନିଧୀ ପଚାରିଥିବା ପ୍ରଶ୍ନରେ ସେ ଉତ୍ତର ଦେଇ ଲେଖିଛନ୍ତି ଯେ ‘ମୋତେ ଲାଗୁଛି ମୁଁ ମୁସ୍କାନଙ୍କୁ ପାଇ ସବୁ କିଛି ପାଇଯାଇଛି। ବିବାହ ପରେ ମୁଁ ତାଙ୍କୁ ବେଶି ଭଲପାଇବା ଆରମ୍ଭ କରିଛି।’

Related Posts

Seo wordpress plugin by www.seowizard.org.