Odisha News

ପ୍ରଧାନଶିକ୍ଷକ ଉତ୍ତମ ପ୍ରଧାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୬ : ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁର୍ଦୁରା ପଞ୍ଚାୟତ ଦୁର୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ଅବସର ଗ୍ରହଣ କରିଛନ୍ତି।
ଏହି ଅବସରରେ ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହିତ ବିଦ୍ୟାଳୟର ବହୁ ଉନ୍ନତି କରି ଛାତ୍ରଛାତ୍ରୀମାନଙ୍କର ଏବଂ ସ୍ଥାନୀୟ ଜନସାଧାରଣ ଅତି ନିଜର ହୋଇପାରିଥିଲେ।
ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବାପାଇଁ ଶିକ୍ଷକ ବିଜୟ କୁମାର ସାହୁ ଙ୍କ ନେତୃତ୍ବରେ ସ୍କୁଲ କମିଟି ଏବଂ ଛାତ୍ରଛାତ୍ରୀ ମାନେ ଏକ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରିଥିଲେ।
ଏହି ଉତ୍ସବ ରେ ଛାତ୍ରଛାତ୍ରୀ ମାନେ ସଙ୍ଗୀତ ମାଧ୍ୟମରେ ପ୍ରଧାନଶିକ୍ଷକ ଙ୍କ ଗୁଣଗାନ କରିଥିବା ବେଳେ ଅଭିଭାବକ, ଶିକ୍ଷକ, ସ୍କୁଲ କମିଟି ବିଦ୍ୟାଳୟ ପ୍ରତି ପ୍ରଧାନଶିକ୍ଷକ ଉତ୍ତମ ପ୍ରଧାନ ଙ୍କ ପ୍ରତିଟି ଅବଦାନ ଦୁର୍ଦୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଇତିହାସ ରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ପାରମ୍ପରିକ ରୀତିନୀତି ପାଖେଇ ଆସୁଥିବା ବେଳେ ଗତ ୨୦.୩.୨୦୨୦ ଠାରୁ କୋଭିଡ ମହାମାରୀ ପାଇଁ ସାମୟିକ ବ୍ୟାହତ ରହିଥିବା ନୟାଗଡ-ପୁରୀ ନିୟମିତ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ପୂର୍ବତଟ ରେଳବାଇ କର୍ତୃପକ୍ଷ ନିର୍ଦ୍ଦେଶ ପ୍ରଦାନ ରେ ଅହେତୁକ ବିଳମ୍ବ ସାଡେ ବାର ଲକ୍ଷ ଜିଲ୍ଲାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି ।
ନୟାଗଡ ପୁରୀ ପାସେଞ୍ଜର ଟ୍ରେନ କୁ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ଲୋକପ୍ରତିନିଧି, ଜିଲ୍ଲା କଂଗ୍ରେସ ସଭାପତି ତତସହ ବିଭିନ୍ନ ଗଣସଂଗଠନ କାର୍ଯ୍ୟକର୍ତା ରେଲୱେ କର୍ତୃପକ୍ଷଙ୍କୁ ଅନୁରୋଧ କଲା ପରେ ମଧ୍ୟ କୌଣସି ଆନ୍ତରିକ ଉଦ୍ୟମ ଆରମ୍ଭ ହୋଇ ପାରିଲା ନାହିଁ `।
ନୟାଗଡ଼ : ପୁରୀ ରେଳ ଚଳାଚଳ ସ୍ବାଭାବିକ କରିବାପାଇଁ ଆଇନଜୀବୀ ରଣଜିତ ଦାଶ ଦାୟର କଲେ ପିଟିସନ

ନୟାଗଡ଼, ୧/୬ : ଆଇନଜୀବି ରଣଜିତ ଦାଶ ଆଉ ପାଦେ ଆଗେଇ ଆଜି ପୂର୍ବତଟ ରେଲୱେ ମହା ପ୍ରବନ୍ଧକଙ୍କୁ ପକ୍ଷଭୁକ୍ତ କରି ମାନନୀୟ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ), ପୁରୀ ଙ୍କ ଅଦାଲତଙ୍କ ପାଖରେ ଆଇନସେବା ପ୍ରାଧିକରଣ ଆଇନ ର ୨୨ ଗ ଧାରାରେ ଏକ ପିଟିସନ ଦାଏର କରି ପୁରୀ-ନୟାଗଡ ପାସେଞ୍ଜର, ନୟାଗଡ-ଖଡ଼ଗପୁର ଟ୍ରେନ ଚଳାଚଳ ସ୍ୱାଭାବିକ କରି ଜନସାଧାରଣଙ୍କୁ ରେଳ ଗମନାଗମନ ଅଧିକାର ସାବ୍ୟସ୍ତ ପାଇଁ ହସ୍ତକ୍ଷେପ ପ୍ରାର୍ଥନା କରିଛନ୍ତି ।
ସେହିପରି ଖଡ଼ଗପୁର ରୁ ନୟାଗଡ ଆସୁଥିବା ଟ୍ରେନ କୁ କୌଣସି କରଣ ଦର୍ଶନଯାଇ ମନଇଛା ୨୦୧୯ ରୁ ବାତିଲ କରାଯାଇଛି, ତେଣୁ ନୟାଗଡ ସହ ଅନ୍ତଃରାଜ୍ୟ ରେଳ ଚଳାଚଳ ବ୍ୟାହତ କରାଯାଇ ନୟାଗଡ ବାସୀଙ୍କୁ ରେଳସେବା ରୁ ବଞ୍ଚିତ କରାଯାଇଚ୍ଛି ।
ରେଳ ଚଳାଚଳ ସ୍ୱାଭାବିକ ହେଲେ ଠାକୁରଙ୍କ ରଥଯାତ୍ରା ସହ ପାରମ୍ପରିକ ରୀତିନୀତି ଦର୍ଶନ ପାଇଁ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି କ୍ଷ ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା Public Utility Service ଅଧୀନରେ ନୟାଗଡ ଜିଲ୍ଲା ଆଇନସେବା କାର୍ଯ୍ୟ କରୁଥିବାରୁ ଏହି ପିଟିସନ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ଜରିଆରେ ଦାଏର କରାଯିବା ପରେ ଏହାର ତ୍ୱରିତ ବିଚାର ପାଇଁ ପୁରୀ ପଠାଇ ଦିଆ ଯାଇଥିବା ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

Related Posts

Seo wordpress plugin by www.seowizard.org.