Odisha News

ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି; ଦୀପାବଳିର ଦୁଇ ମାସ ପୂର୍ବରୁ ବାଣ ତିଆରି-ବ୍ୟବହାର ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ,୧୧/୯ : ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର।
ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, “ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ।
ପ୍ରଦୂଷଣକୁ ଦେଖି ଗତ ତିନି ବର୍ଷ ଧରି ଦିଲ୍ଲୀ ସରକାର ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଆସୁଛନ୍ତି। ଗତ ପାଞ୍ଚ-ଛଅ ବର୍ଷ ମଧ୍ୟରେ ଆମେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଦେଖିଛୁ।
କିନ୍ତୁ ଏହାକୁ ଆହୁରି ଉନ୍ନତ କରିବାକୁ ପଡିବ। ତେଣୁ ଚଳିତ ବର୍ଷ ମଧ୍ୟ ବାଣ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛୁ।”
ଗତ ବର୍ଷ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ ସହରରେ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୦୦ଟଙ୍କା ଜରିମାନା ଆଦାୟ ହେବ।
ବାଣ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି କଲେ ବିସ୍ଫୋରକ ଆଇନର ଧାରା ୯ବି ଅନୁଯାୟୀ ୫୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ ପର୍ଯ୍ୟ ନ୍ତ ଜେଲଦଣ୍ଡ ଦିଆଯିବ।
ଦିଲ୍ଲୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଲାଗୁ କରିବାରୁ ଲୋକେ ଗିରଫ ହେବା ଡରରେ ବାଣ ବ୍ୟବହାର କରିବା ବନ୍ଦ କରିଥିଲେ। ଏହା ଫଳରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧୁରିଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.