Odisha News

ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି

କଟକ, ୨୨/୧୨: ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି । ଏନେଇ ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । ସାନି ତାଲିକା ପ୍ରକାଶ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଲେ ସରକାର ।
ଖବର ଅନୁଯାୟୀ, ପଞ୍ଚାୟତ ସଂରକ୍ଷଣ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ସଂଶୋଧନ ପରେ ସାନି ତାଲିକା ପ୍ରକାଶ କରିବାକୁ କୋର୍ଟଙ୍କୁ ଜଣାଇଛନ୍ତି ସରକାର । ଏହାସହିତ ସଂରକ୍ଷଣ ନେଇ ଆସନ୍ତା ୨୭ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜାନୁଆରୀ ୩ ସୁଦ୍ଧା ସମସ୍ତ ଆପତ୍ତି ଏବଂ ଅଭିଯୋଗରେ ଶୁଣାଣି ହେବ । ଜାନୁଆରୀ ୭ ସୁଦ୍ଧା ନିର୍ବାଚନ ଆୟୁକ୍ତଙ୍କୁ ସାନି ତାଲିକ ଦେବେ ରାଜ୍ୟ ସରକାର । ମାର୍ଚ୍ଚ ୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Related Posts

Seo wordpress plugin by www.seowizard.org.