Odisha News

ପ୍ରତିଶ୍ରୁତି ପାଳନ କଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଓ ଭାଟସାହି ସରପଞ୍ଚ

ନୟାଗଡ଼, ୧/୮: ନିର୍ବାଚନ ଆସିଲେ ନେତାମାନେ ଦିଅନ୍ତି ଅନେକ ପ୍ରତିଶ୍ରୁତି। ନିର୍ବାଚନ ପରଦିନ ସେସବୁ ହୋଇଯାଏ ପାଣିର ଗାର।
କିନ୍ତୁ ନିର୍ବାଚନ ପୁର୍ବରୁ ଦେଇଥିବା ପ୍ରତିଶୃତି କୁ ପାଳନ କରିଛନ୍ତି ନୟାଗଡ଼ ସଦର ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ସମିତି ସଭ୍ୟ ତଥା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଭାଟସାହି ପଞ୍ଚାୟତ ସରପଞ୍ଚ ସାରଦା କୁମାରୀ ସାହୁ ।
ଅଭିଭକ୍ତ ଭାଟସାହି ପଞ୍ଚାୟତ ମୁଥାଗାଡିଆ, ଚଣ୍ଡିବସ୍ତ, ଏବଂ ଭାଟସାହି ପଞ୍ଚାୟତ ରେ ଦଳମତ ନିର୍ବିଶେଷରେ ଏହି ତିନି ପଞ୍ଚାୟତ ରେ ଯେକୌଣସି ବ୍ୟକ୍ତି ତାଙ୍କ ନିଜ ଝିଅର ବାହାଘର କରିବେ ସେ ପରିବାରକୁ ୧୦ ହଜାର ଟଙ୍କା ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିଜର ପ୍ରତିଶ୍ରୁତି ରକ୍ଷାକରି ବ୍ଲକ ଅଧ୍ୟକ୍ଷ ଏବଂ ସରପଞ୍ଚ ପତିପତ୍ନୀ ଦୁଇ ଜଣ।
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଡ ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ନିଜର ପ୍ରତିଶ୍ରୁତି ରକ୍ଷାକରି ଅଭିଭକ୍ତ ଭାଟସାହି ପଞ୍ଚାୟତ ର ଏହି ଚାରି ମାସ ମଧ୍ୟରେ ଝିଅ ବାହାଘର କରିଥିବା ୩୦ ଟି ପରିବାର କୁ ଦଶ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରିଥିଲେ। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିଥିବାରୁ ଉଭୟ ପତିପତ୍ନୀ ବିଧାୟକ ଡ ଅରୁଣ କୁମାର ସାହୁ ପ୍ରଶଂସା କରିଛନ୍ତି।

Related Posts

Seo wordpress plugin by www.seowizard.org.