Odisha News

ପ୍ରତିରକ୍ଷା ଓ ନିରାପତ୍ତା ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ମୂଳ ସ୍ତମ୍ଭ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱ,୧୧/୨: ଶୁକ୍ରବାର ଦିନ ଭାରତ, ଅଷ୍ଟ୍ରେଲିଆ, ଆମେରିକା ଜାପାନକୁ ଗଠିତ କ୍ୱାଡ ସଙ୍ଗଠନର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ଏହି ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପିଟର ଡୁଟନ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଏସ୍ ଜୟଶଙ୍କର
କହିଥିଲେ ପ୍ରତିରକ୍ଷା ଓ ନିରାପତ୍ତା , ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କର ମୂଳ ଆଧାର ।
ବୈଦେଶିକ ମନ୍ତ୍ରୀ ହେବାପରେ ଜୟଶଙ୍କରଙ୍କର ଏହା ଅଷ୍ଟ୍ରେଲିଆକୁ ପ୍ରଥମ ଗସ୍ତ ।
ଫ୍ରେବୃଆରୀ ୧୨ ରେ ହେବାକୁ ଥିବା କ୍ୱାଡା ସମିଳନୀରେ ଭାରତ ଓ ଅଷ୍ଟ୍ରେଲିଆର ଦ୍ୱାଦଶତମ ମନ୍ତ୍ରୀ ସ୍ତରୀୟ ଆଲୋଚନା ହେବ । ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ହନ ମାରିସ ପାଇନ ଏଥିରେ ମଧ୍ୟ ଯୋଗ ଦେବେ ।
ଟୁଇଟ୍ କରି ଜୟଶଙ୍କର କହିଛନ୍ତି, ପୁର୍ବ ବର୍ଷ ପିଟର ଡୁଟନ୍ଙ୍କ ସହ ଦୁଇପାକ୍ଷିକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପ୍ରତିରକ୍ଷା ଓ ନିରାପତ୍ତା ମୁଖ୍ୟ ପ୍ରସଙ୍ଗ ରହିଥିଲା ।
ସେହି ଆଲୋଚନାକୁ ଆଗକୁ ବଢ଼ିବ ଏହି କ୍ୱାଡା ବୈଠକରେ ।
ଅଷ୍ଟ୍ରେଲିଆର ମନ୍ତ୍ରୀ ଆଲେକ୍ସ ହୟେକ୍ ସହ ସାକ୍ଷାତକାର ବେଳେ ଜୟଶଙ୍କର
ଆପ୍ରବାସନ, ନାଗରିକବାନ, ପ୍ରବାସୀଙ୍କ ସେବା ଏବଂ ବିଭିନ୍ନ ସାଂସ୍କୃତିକ ପ୍ରସଙ୍ଗଉପରେ ଆଲୋଚନାକରିଥିଲେ ।
ତା’ସହ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍କ ଉପରେ ଆଲୋଚନା କରିଥିଲେ ।
ଆଲେକ ୍ସହୟେକ୍ ଟୁଇଟ୍ କରି କହିଛନ୍ତି ଯେ ଜୟଶଙ୍କରଙ୍କ ସହ ସାକ୍ଷାତକାର କରି ଅଷ୍ଟ୍ରେଲିଆ ରେ ରହିଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଆଗାମୀ ବର୍ଷ ପାଇଁ କ’ଣ ସବୁ ପ୍ରତିବନ୍ଧକ ଓ ସୁଜୋଗ ରହିଛି ଖାସ୍ କରି କରୋନା ମହାମାରୀ ସମୟରେ ସେ ବିଷୟରେ ଆଳୋଚନା କରାଯାଇଛି ।
ସେ ଆହୁରିମଧ୍ୟ କହିଛନ୍ତି ଯେ ଭାରତ ୨୦୨୨ରେ ୭୫ତମ ସ୍ୱାଧୀନତା ଦିବସ ପାଳିଲା ଏବଂ ଭାରତ ଓ ଅଷ୍ଟ୍ରେଲିଆର ବନ୍ଧୁତାକୁ ମଧ୍ୟ ୭୫ବର୍ଷ ପୁରିଲା ।
ଦୁଇ ଦେଶ ଉପରେ ଗୁରୁତ୍ୱପୁର୍ଣ୍ଣ ମତଦାନା ଓ ଦୃଢ଼ ସହଯୋଗ ପାଇଁ ଅଷ୍ଟ୍ରେଲିଆନ୍ ଲେବର ପାର୍ଟିର ନେତା ଆନଟୋନି ଆଲବାନେସ୍ ଏବଂ ସିନେଟର ପେନି ଓଙ୍ଗଙ୍କୁ ଧନ୍ୟବାଦ ଦେଇଥିଲେ ଜୈଶଙ୍କର ।
ସିନେଟର ପେନି ଓଙ୍ଗ ଟୁଇଟ୍ କରି କହିଛନ୍ତି ଯେ ଭାରତ ଅଷ୍ଟ୍ରେଲିଆର ବହୁତ ଭଲ ସାଙ୍ଗ, ଦେଶର ସୁରକ୍ଷା ଏବଂ ଦୁଇ ଦେଶର ଏହି ସମ୍ପର୍କ ଗଣତନ୍ତ୍ର ପାଇଁ ଶୁଭଙ୍କର । ଭାରତ, ଆମେରିକା, ଜାପାନ ଅଷ୍ଟ୍ରେଲିଆର ଭଲ ବନ୍ଧୁ ।

Related Posts

Seo wordpress plugin by www.seowizard.org.