Odisha News

ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍ ନେତା

ଭୁବନେଶ୍ୱର,୧୨/୨:୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି କ୍ଷେତ୍ର, ଆରମ୍ଭ କଲାଣି ପ୍ରସ୍ତୁତି। ଚଳିତ ମାସ ପ୍ରଚାର ନିମନ୍ତେ ବିଜେପିର ବହୁ ହେଭିୱେଟ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମନମୋହନ ସାମଲଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ଶେଷରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା। ଏହା ପୂର୍ବରୁ ଆସନ୍ତା ୧୩ ତାରିଖରେ ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ ।
ଆସନ୍ତା ୧୫ ତାରିଖରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା କାର‌୍ୟ୍ୟକ୍ରମ ରହିଛି।
ଏହା ପରେ ଆସନ୍ତା ୨୨ ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ମଧ୍ୟ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ରାଜନାଥ ସିଂଙ୍କ କାର୍ଯ୍ୟକ୍ରମ କେଉଁଠି ହେବ ତାହା ସ୍ଥୀର ହୋଇନି। ହେଲେ ଜେ.ପି. ନଡ୍ଡା କେବେ ଆସିବେ ତାରିଖ ଧାର୍ଯ୍ୟ ହୋଇନି ବୋଲି କହିଛନ୍ତି ମନମୋହନ ସାମଲ ।

Related Posts

Seo wordpress plugin by www.seowizard.org.