Odisha News

ପ୍ରକାଶ ପାଇଲା + ୨ ପରୀକ୍ଷା ଫଳ: ବିଜ୍ଞାନରେ ୯୪ ଓ ବାଣିଜ୍ୟରେ ୮୯% ରେଜଲ୍ଟ

ଭୁବନେଶ୍ବର, ୨୭/୭: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି।
ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ପାସ୍ କରିଛନ୍ତି। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି।
ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ୱେବ୍ସାଇଟ୍www.orisssaresults.nic.inରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦାଖଲ କରି ରେଜଲ୍ଟ ଜାଣିପାରିବେ।
ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ବୁଧବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପ୍ରକାଶ କରାଯାଇଛି।
କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ଏବେ ଟାବୁଲେସନ ଜାରି ରହିଛି। ଅଗଷ୍ଟ ୮ ତାରିଖରେ ଉକ୍ତ ଦୁଇ ବିଭାଗର ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

Related Posts

Seo wordpress plugin by www.seowizard.org.