Odisha News

ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ: ସଂଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଭୋଟ୍

ଭୁବନେଶ୍ୱର ୨୪/୩: ଆଜି ହେଉଛି ପୌର ଭୋଟ୍ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
ତେବେ ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି । ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରିଛନ୍ତି ।
ସେହିପରି ମେୟର/ପୌରାଧ୍ୟକ୍ଷ ପଦବୀ ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫ ହଜାର ୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍ ଏସିର ୨ହଜାର ୯୮୯ଟି ବୁଥ୍ ରେ ଏବଂ ୩ଟି ମହାନଗର ନିଗମର ୧ ହଜାର ୩୮୪ ବୁଥ୍ ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ।
ତେବେ ମତଦାତା ଜାଣିବା ପାଇଁ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍ ରେ ବ୍ୟବହାର କରାଯିବ।
ଏଥର ଇଭିଏମ୍ ରେ ନୋଟା ଅପସନ୍ ରହିଛି। ମହିଳାଙ୍କ ପାଇଁ ଫିଙ୍କ୍ ବୁଥ୍ ର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ନଜର ରଖାଯାଇଛି ।

Related Posts

Seo wordpress plugin by www.seowizard.org.