Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ, ୮/୩ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା । ଶାବଳରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚନ୍ଦ୍ରଶେଖରପୁର ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ବିଚିତ୍ରାନନନ୍ଦ ବିଶ୍ବାଳ ।
ଖବର ଅନୁଯାୟୀ, ସୋମବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ଆସିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ସକ୍ରିୟ କର୍ମୀ ଭାବେ କାମ କରୁଥିଲେ ବିଚିତ୍ର ।
ତେଣୁ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି । ଓ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.