Odisha News

ପୁଲିସ୍ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ, ୟୁପି ପୁଲିସ୍ ନାଁରେ ହତ୍ୟା ମାମଲା ରୁଜୁ

ଡେହରାଡୁନ୍,୧୩/୧୦: ଉତ୍ତରାଖଣ୍ଡରେ ୟୁପି ପୋଲିସ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଅଭିଯୋଗ ଅନୁଯାୟୀ ୟୁପି ପୋଲିସ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜସପୁରରେ ରେଡ କରିବାକୁ ଯାଇଥିଲା ମୋରଡାବାଦ ପୋଲିସ ।
ହେଲେ ଏହି ସମୟରେ ପୋଲିସକୁ ଘେରି ଯାଇଥିଲେ ଗ୍ରାମବାସୀ । ଫଳରେ ଉଭୟ ପଟରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଆଉ ଏହି ଗୁଳିମାଡରେ ଜସପୁରର ବିଜେପି ନେତା ଗୁରୁତାଜଙ୍କ ପତ୍ନୀ ନିହତ ହୋଇଥିଲେ ।
ଅଭିଯୋଗ ଅନୁଯାୟୀ ମହିଳାଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ସୂଚନା । ମୋରଡାବାଦର ଦୁଇ ପୋଲିସ ଅଫିସରଙ୍କୁ ମଧ୍ୟ ଗୁଳି ଲାଗିଛି । ଏହାସହ କିଛି ପୋଲିସ କର୍ମୀଙ୍କୁ ବି ବନ୍ଧକ ରଖାଯାଇଥିବା ସୂଚନା ରହିଛି ।
ସୂଚନା ଥାଉକି ୟୁପି ପୋଲିସ ଟିମ୍ ବୁଧବାର ଉତ୍ତରାଖଣ୍ଡର ଜସପୁରର ଏକ ଗ୍ରାମକୁ ଯାଇଥିଲା ଖଣି ମାଫିଆରେ ସମ୍ପୃକ୍ତ ଥିବା ଜାଫର ନାମକ ଜଣେ ଅପରାଧୀଙ୍କୁ ଧରିବା ପାଇଁ । ଏହି ଅପରାଧୀ ନାଁରେ ଥିଲା ୫୦ ହଜାର ପୁରସ୍କାର ରାଶି । ପୋଲିସ ଜାଣିବାକୁ ପାଇଥିଲା ଯେ, ଜାଫର ସ୍ଥାନୀୟ ବାସିନ୍ଦା ଭୁଲାରଙ୍କ ଘରେ ଲୁଚି ରହିଛି । ତେବେ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଗାଁ ଲୋକେ ତାଙ୍କୁ ଘେରିଯାଇଥିଲେ ।
ପରିସ୍ଥିତି ଏମିତି ହୋଇଥିଲେ ପୋଲିସ-ଜନତା ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଆଉ ପୋଲିସର କ୍ରସ ଫାୟାରିଂରେ ଗୁରୁପ୍ରୀତ କୌରଙ୍କୁ ମୃତ୍ୟୁ ହୋଇଥିଲେ ଯିଏ କି ଥିଲେ ଜଣେ ବିଜେପି ନେତାଙ୍କ ସ୍ତ୍ରୀ । ଗୁରୁପ୍ରୀତଙ୍କ ମୃତ୍ୟୁ ପରେ କ୍ରୋଧିରେ ଜର୍ଜରିତ ଗ୍ରାମବାସୀ ୪ ଜଣ ପୋଲିସଙ୍କୁ ଅଟକ ରଖିବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ନେଇଯାଇଥିବା ଅଭିଯୋଗ ହୋଇଛି ।

Related Posts

Seo wordpress plugin by www.seowizard.org.