Odisha News

ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ୱର୍ଗଦ୍ୱାର । କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି କେବଳ ପୁରୀ ଜିଲ୍ଲାବାସୀ ହିଁ ନିଜ ଆତ୍ମୀୟଙ୍କ ଶବସତ୍କାର ସ୍ବର୍ଗଦ୍ବାରକୁ ଯାଇ କରି ପାରିବେ । ଅନ୍ୟ ଜିଲ୍ଲାବାସୀଙ୍କୁ ଏହି ଅନୁମତି ମିଳିବ ନାହିଁ । ବୁଧବାରଠାରୁ ଏହି ନିୟମ ଲାଗୁ ହେବ । ଏହି ନିୟମକୁ ପାଳନ କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।

Related Posts

Seo wordpress plugin by www.seowizard.org.