Odisha News

ପୁଣି ଭାରତ- ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ, ୧୨/୧୨: ପୁଣି ଭାରତ – ଚାଇନା ସୈନ୍ୟଙ୍କ ମଧ୍ୟରେ ବଡ଼ ଧରଣର ମୁହାଁମୁହିଁ ହୋଇଛି । ଅରୁଣାଚଳ ପ୍ରଦେଶର ଅନ୍ତର୍ଗତ ଭାରତ- ଚାଇନା ସୀମାରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଘଟିଛି ଏହି ସଂଘର୍ଷ । ଏଥିରେ ଉଭୟ ପକ୍ଷର ଯବାନ ଆହାତ ହୋଇଥିଲା ସୂଚନା ମିଳିଛି । ଡିସେମ୍ବର ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାନସ୍ଥିତ ୟାଙ୍ଗସିଠାରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ସଂଘର୍ଷରେ ବନ୍ଧୁକର ବ୍ୟବହାର ହୋଇନଥିଲା । ଉଭୟ ପକ୍ଷ ସୈନ୍ୟ ହାତାହାତି ଓ ଅନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ ।

Related Posts

Seo wordpress plugin by www.seowizard.org.