Odisha News

ପୁଣି ଜୀବନ ନେଲା ମାଞ୍ଜା ସୂତା : ଗୁଡି ସୂତାରେ କଟି ଯୁବକ ମୃତ

କଟକ, ୨୬/୧୨ : ପୁଣି ଜୀବନ ନେଲା ମାଞ୍ଜା ସୂତା। ମାଞ୍ଜା ସୂତା ବା ଗୁଡି ସୂତାରେ କଟି ଯୁବକ ମୃତ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ପୀରବଜ଼ାର ଅଞ୍ଚଳରେ । ମୃତ ଯୁବକ ହେଲେ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ।
ସୂଚନାନୁସାରେ, ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା। ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ।
ସୂଚନାଯୋଗ୍ୟ, ଗତ ଜୁନ ମାସରେ ଜୟନ୍ତ ବିବାହ କରିଥିଲେ । ତାଙ୍କ ମୃତ୍ୟୁ ପରେ ନବ ବିବାହିତା ଜଣଙ୍କ ଭାଙ୍ଗି ପଡିଛନ୍ତି ।

Related Posts

Seo wordpress plugin by www.seowizard.org.