Ollywood News

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ : ଭଲ ପାଇ ଭୁଲ୍ କଲି, ମନର କଥା ପ୍ରକାଶ କଲେ ସାଂସଦ

ଭୁବନେଶ୍ୱର ୧୯/୫: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ ।
କହିଛନ୍ତି ୧୪ ବର୍ଷ ହେବ ମୁଁ ଅନେକ ସମସ୍ୟା ଭୋଗୁଛି । ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ । ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ ମଧ୍ୟ ରହିଛି ।
କିନ୍ତୁ ମୁଁ ମୋଜୀବନରେ ବହୁତ ବଡ ଭୁଲ ନିଷ୍ପତ୍ତି ନେଇଛି । ଯାହାର ପରିଣାମ ଭୋଗୁଛି । ଭଲପାଇ ସିନା ବିବାହ କଲି, କିନ୍ତୁ ଭଲ ଜୀବନସାଥୀଟିଏ ପାଇଲି ନାହିଁ । ମୋର ଜୀବନସାଥୀ ବାଛିବାରେ ମୋର ଭୁଲ ହୋଇଗଲା ।
ନାଁ ନନେଇ ପରୋକ୍ଷରେ ପତ୍ନୀ ବର୍ଷା ଓ ତାଙ୍କ ପରିବାରକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । କହିଛନ୍ତି ମୁଁ ସେମାନଙ୍କ ନିର‌୍ୟାତନାର ଶିକାର ହୋଇଛି । ମୁଁ ବହୁତ ସହିଲି ଆଉ ସହିବିନ ନାହିଁ । ଏହାର ପରିମାଣ ସେମାନେ ନିଶ୍ଚୟ ଭୋଗିବେ ବୋଲି ସ୍ପଷ୍ଟ ଭାବେ ଭିଡଓରେ କହିଛନ୍ତି ସାଂସଦ ଅନୁଭବ ।

Related Posts

Seo wordpress plugin by www.seowizard.org.