Odisha News

ପୁଣି ଏକ ବସ୍ ଦୁର୍ଘଟଣା: ଖାତକୁ ଖସିପଡିଲା ବସ୍ ୫ମୃତ, ୧୧ଆହତ

ଶ୍ରୀନଗର,୧୫/୯ : ଜମ୍ମୁ-କାଶ୍ମୀରରେ ଗୁରୁବାର ଦିନ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରଜୌରୀରେ ଏକ ବସ୍ ଖାତକୁ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର‌୍ୟ୍ୟ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଏଯାଏଁ ୫ ମୃତ ଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ରଜୌରି ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସ୍ଟି ବସ୍ ସାୱଜିଆନରୁ ମାଣ୍ଡି ଅଭିମୁଖେ ଯାଉଥିବା ଜଣାପଡିଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଗତକାଲି ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଥିଲା।

Related Posts

Seo wordpress plugin by www.seowizard.org.