Odisha News

ପିକଅପକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭରଙ୍କ ସମେତ ୩ ଗୁରୁତର

ବାଲେଶ୍ୱର,୨/୯: ୬୦ ନଂ ଜାତୀୟ ରାଜପଥ ରୁପସା ନିକଟରେ ପିକଅପକୁ ପଛପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହାଫଳରେ ରୋଗୀ ସମେତ ୫ ଜଣ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ୱରପୁର ଅଞ୍ଚଳରୁ ଜଣେ ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ୬୦ ନଂ ଜାତୀୟ ରାଜପଥ ରୁପସା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ପିକଅପକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ରୋଗୀ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୧୦୮ ମାଧ୍ୟମରେ ନେଇ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଅତ୍ୟଧିକ କାର‌୍ୟ୍ୟଭାର ଦିଆଯାଉଥିବାରୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.