Odisha News

ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରେଲର: ୪ ମୃତ, ୯ ଆହତ

ଝାରସୁଗୁଡ଼ା, ୧୧/୨ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ଏକ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକ୍ଅପ୍ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଜୁନିଏନ ଗ୍ରାମ ନିକଟରେ ପିଟି ଦେଇଥିଲା।

Related Posts

Seo wordpress plugin by www.seowizard.org.