Odisha News

ପାଟଣାଗଡ଼: ବେଆଇନ କଫ୍ ସିରଫ ଜବତ

ପାଟଣାଗଡ଼,୨୧/୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼, କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ମିଳିତ ଚଢଉରେ ବେଆଇନ କଫ ସିରଫ ଜବତ୍ ହୋଇଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିଶ୍ବନାଥ ପରିଡାଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଧୁମାଭଟା ଗ୍ରାମରେ ଚଢଉ କରିଥିଲେ। ଚଢଉ କରିବା ସମୟରେ ଧୁମାଭଟା ବସଷ୍ଟାଣ୍ଡ ଠାରେ ବେଆଇନ ଭାବେ ଏକ ବସ୍ତାରେ ଏସକଫ୍ ନାମକ କଫ ସିରଫ ଧରିଥିଲା। ସନ୍ଦେହରେ ତାକୁ ତଲାଲିଖିତ କରିଥିଲେ। ବସ୍ତୁକୁ ୪୨ ଗୋଟି କଫ ସିରଫ ଜବତ୍ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ଗ୍ରାମର ଧରଣିଧର ପଧାନ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି।

Related Posts

Seo wordpress plugin by www.seowizard.org.