Odisha News

ପାକିସ୍ତାନ ତାଲିବାନ ମୁଖ୍ୟ ନୂର୍ ମେହସୁଦ୍ ଙ୍କୁ ବୈଶ୍ବିକ ଆତଙ୍କବାଦୀ ନାମିତ କଲା ଜାତିସଂଘ

ୱାସିଂଟନ୍ ,୧୭/୭: ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍ ପାକିସ୍ତାନର ମୁଖ୍ୟ ମୁଫତି ନୂର୍ ୱାଲି ମେହସୁଦ୍ ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି।
ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ପରିଷଦ ୧୨୬୭ ଅଲ୍-କାଇଦା କଟକଣା କମିଟି ମେହସୁଦ୍ ଙ୍କୁ ତା’ର ‘ଆଇଏସ୍ଆଇଏଲ୍’ (ଡାଏସ୍) ଏବଂ ‘ଅଲ୍-କାଇଦା ସାଙ୍କ୍ସନ୍ ଲିଷ୍ଟ୍ରେ ସାମିଲ କରିଛି।
ଅଲ୍-କାଏଦା ସହ ସମ୍ପୃକ୍ତ ସଂଗଠନଗୁଡ଼ି ନାମରେ ହେଉ, କିଂବା ସେମାନଙ୍କ ପକ୍ଷରୁ ହେଉ କି, ସେମାନଙ୍କୁ ସମର୍ଥନ କରି ଅର୍ଥ ଯୋଗାଣ, ଯୋଜନା, କାର‌୍ୟ୍ୟକଳାପରେ ସୁବିଧା କରାଇବାରେ ଭୂମିକା ଗ୍ରହଣ କରୁଥିବା ମୁଫତି ନୂର୍ ୱାଲି ମେହସୁଦ୍ ଙ୍କୁ ପ୍ରସ୍ତାବନା ୨୩୬୮ର (୨୦୧୭) ଦ୍ବିତୀୟ ଓ ଚତୁର୍ଥ ପାରାର ତାଲିକାଭୁକ୍ତ କରାଯାଇଛି।
ଯୁକ୍ତରାଷ୍ଟ୍ର ଆମେରିକା ଏହି ଅଗ୍ରଗତିକୁ ସ୍ବାଗତ କରିଛି।
ଆତଙ୍କବାଦୀ ସଂଗଠନ ‘ଟିଟିପି’ ବା ପାକିସ୍ତାନ ତାଲିବାନ ଏକାଧିକ ଆତ୍ମଘାତୀ ବିସ୍ଫୋରଣ ଏବଂ ଶହ ଶହ ବେସାମରିକ ନାଗରିକଙ୍କ ହତ୍ୟା ନିମନ୍ତେ ଦାୟୀ। ‘ଟିଟିପି’ ନେତା ମୁଲ୍ଳା ଫାଜୁଲ୍ଲାଙ୍କ ମୃତ୍ୟୁ ପରେ ୨୦୧୮ରେ ନୂର୍ ଏହି ସଂଗଠନର ନେତୃତ୍ବ ନେଇଥିଲେ।

-Sambad

Related Posts

Seo wordpress plugin by www.seowizard.org.