Odisha News

ପହଁରା ଶିଖିବାକୁ ଯାଇଥିଲେ, ମହନଦୀରେ ବୁଡି ଯୁବକ ମୃତ

କଟକ,୧୧/୧୨: ମହାନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ରବିବାର ସକାଳେ କଟକର ଯୋବ୍ରା ବ୍ୟାରେଜ୍ରେ ଘଟିଛି ଏହି ଘଟଣା।
ନିଖୋଜ ଯୁବକଙ୍କ ନାଁ ସୋହେଲ୍ ଖାନ୍ ବୋଲି ସୂଚନା ମିଳିଛି। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ସୋହେଲେ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ। ସେହି ସମୟରେ ସେ ବୁଡ଼ି ଯାଇଥିବା କୁହାଯାଉଛି।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ସେମାନେ ସୋହେଲଙ୍କୁ ଖୋଜାଖୋଜି କରୁଛନ୍ତି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related Posts

Seo wordpress plugin by www.seowizard.org.