Odisha News

ପର୍ଯ୍ୟଟକଙ୍କ ପାଇଁ ଖୋଲିପାରେ କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ,୩/୭: ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର‌୍ୟ୍ୟମନ୍ଦିର। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର‌୍ୟ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର‌୍ୟ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼ , ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।
୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର‌୍ୟ୍ୟଟକଙ୍କ ଯିବାଆସିବା ବନ୍ଦ ହୋଇଯାଇଛି। ତେବେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ସମେତ ଆମ ରାଜ୍ୟର ୭୯ଟି ଐତିହ୍ୟ ସ୍ଥଳୀକୁ ଜୁଲାଇ ୬ ତାରିଖରୁ ପର‌୍ୟ୍ୟଟକମାନଙ୍କ ପାଇଁ ଖୋଲିବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଂଚଳବାସୀ ସ୍ୱାଗତ କରିଛନ୍ତି।
ସେପଟେ ପ୍ରାଚୀନ ଐତିହ୍ୟ ଖୋଲିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଶେଷ ନିଷ୍ପତ୍ତି ନେବ ବୋଲି ଏଏସଆଇ ରାଜ୍ୟ ସୁପରିଟେଣ୍ଡେଣ୍ଟ କହିଛନ୍ତି। ସୂର‌୍ୟ୍ୟ ମନ୍ଦିରକୁ ପ୍ରବେଶ ପାଇଁ ପ୍ରତିଦିନ ମୋଟ ୨୫ ଶହ ପର‌୍ୟ୍ୟଟକଙ୍କୁ ଅନୁମତି ଦିଆଯିବ। ତେବେ ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି।

-Odishatv

Related Posts

Seo wordpress plugin by www.seowizard.org.