ପରିବାର ଲୋକଙ୍କ ସହ ଭୋଜି କରିବାକୁ ଆସି ଇବ୍ ନଦୀରେ ବୁଡ଼ିଗଲେ ୩ ନାବାଳକ

ସୁନ୍ଦରଗଡ଼, ୯/୩: ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଛନ୍ତି। ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି।
ଯୁବକମାନେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ସେମାନଙ୍କ ପରିଚୟ ମିଳି ନାହିଁ।