Odisha News

ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ;ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୬/୮: ସୁକିନ୍ଦା ବିକାଶରେ ଆପଣ ମାନଙ୍କ ଅବଦାନ ଅତୁଳନୀୟ । ବିଗତ ଦିନରେ ସୁକିନ୍ଦା ବିକାଶ କେବଳ ଆପଣ ମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ବିଜୟ ପରାଜୟ ରାଜନୀତିର ଅଂଶ । ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ।
ସଙ୍ଗଠିତ ହୁଅନ୍ତୁ ଆଗକୁ ବଢ଼ନ୍ତୁ । ସବୁ ସମୟରେ ଆପଣଙ୍କ ସାଥିରେ ମୁଁ ଥିଲି, ଅଛି ଓ ରହିବି ମଧ୍ୟ । ଆଜି ସୁକିନ୍ଦାଗଡ଼ ପଞ୍ଚାୟତରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଏହା କହିଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ନିର୍ବାଚନ ପରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ଆଗଧାଡ଼ିର କର୍ମୀ ଓ ନେତା ଯୋଗଦାନ କରିଥିଲେ । ସମସ୍ତେ ପଛ କଥା ଭୁଲି ଆଗକୁ ବଢିବାକୁ ମତ ଦେଇଥିଲେ । ଆଜିର ଏହି କାର‌୍ୟ୍ୟକ୍ରମ ବିଜେଡି ଶିବିରରେ ଉତ୍ସାହ ଭରିଛି ।

Related Posts

Seo wordpress plugin by www.seowizard.org.