Odisha News

ପଦ୍ମପୁର ଉପନିର୍ବାଚନ; ଆଜି ହେବ ନାମାଙ୍କନ ଯାଞ୍ଚ

ବରଗଡ଼,୧୮/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ଆଜି ନାମାଙ୍କନ ଯାଞ୍ଚ ହେବ। ଏହାପରେ ଜଣାଯିବ ଯେ କେଉଁମାନଙ୍କର ପ୍ରାର୍ଥିପତ୍ର ବୈଧ। ତେବେ ନାମାଙ୍କନ ପତ୍ରର ପ୍ରତ୍ୟାହାର ପରେ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ, ତାହା ସ୍ପଷ୍ଟ ହୋଇଯିବ।
ୟଗ୍ଦ ଭଚ୍ଚସୂଚନାଯୋଗ୍ୟ, ଗତକାଲି ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥପାଙ୍କଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ପ୍ରଥମେ ମାଣ୍ଡୋସିଲ ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ନିଜର ପଦ୍ମପୁର ବାସଭବନରୁ ବିନା କୌଣସି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟଠାରେ ପହଞ୍ଚି ଥିଲେ। ତାଙ୍କ ସହିତ ବରିଷ୍ଠ ନେତା ପ୍ରସନ୍ନ ଆଚାର‌୍ୟ୍ୟ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ, ବିଧାୟକ ସୁଶାନ୍ତ ସିଂ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର ଆସିଥିଲେ।

Related Posts

Seo wordpress plugin by www.seowizard.org.