ପଟିଆ ରେଳଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮/୧: ଭୁବନେଶ୍ୱର ପଟିଆ ଷ୍ଟେସନରେ ଦୁଇ ଜଣ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ତା’ ନାଁ କୁଷ୍ଣ ମଲିକ( କାହ୍ନା)। ତାର ଘର ବାଙ୍କି ଅଞ୍ଚଳରେ ବୋଲି ଜଣାଯାଇଛି। ସେହିପରି ଅନ୍ୟ ଅଭିଯୁକ୍ତ ବୁଲୁକୁ ପୁଲିସ ଗିରଫ କରି ନାହିଁ। ବୁଲୁର ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାଯାଇଛି। ପୁଲିସ ବୁଲୁ ସହ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଖୋଜାଖୋଜି କରୁଛି।
ସୋମବାର ରାତିର ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ପଟିଆ ରେଳ ଷ୍ଟେସନ ନିକଟରୁ ୨ ନାବାଳିକାଙ୍କୁ ୨ ଜଣ ଯୁବକ ପଟିଆ ଓଭରବ୍ରିଜ୍ ଉପରକୁ ନେଇ ଯାଇ ହାତ ଗୋଡ଼ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ। ଦୁଇ ପୀଡ଼ିତା ଗତକାଲି ସକାଳେ ଘରକୁ ଫେରି ପରିବାରଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ସହ ଜିଆରପି ଥାନାରେ ଏତଲା ଦେଇଥିଲେ। ଗତକାଲି କମିଶନରେଟ ପୁଲିସ ଓ ଜିଆରପି ପୁଲିସ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲେ।
ହକି ବିଶ୍ୱକପ୍ ପାଇଁ ଏବେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପଟିଆ ଷ୍ଟେସନ ନିକଟରୁ ୨ ନାବାଳିକାଙ୍କୁ ୨ ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିବା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।