Odisha News

ନୟାଗଡ଼ : ୮୦ ତମ ପ୍ରଜାମଣ୍ଡଳ ସହିଦ ଶ୍ରାଦ୍ଧ ଦିବସ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୧୦ : ନୟାଗଡ଼ ଜିଲ୍ଲା ର ସ୍ୱାଧୀନତା ସଂଗ୍ରାମୀ ର ଗାଁ କହିଲେ ମାନେ ପଡେ ଥୁଆବାରୀ ଗାଁ କଥା ୧୯୩୬ ମହିହା ରେ ପ୍ରଜାମଣ୍ଡଳ ଆନ୍ଦୋଳନ ରେ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ୱରେ ଯୋଗଦେଇଥିବା ଥୁଆବାରୀ ଗ୍ରାମର ୬୨ ରୁ ଉର୍ଦ୍ଧ ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ସ୍ୱାଇଁ ଙ୍କ ଆହ୍ୱାନ କ୍ରମେ ପ୍ରଜାମଣ୍ଡଳ ଆନ୍ଦୋଳନ ରେ ଯୋଗ ଦେଇଥିଲେ ।
ଯେତେବେଳେ ଇଂରେଜ ମାନେ ସାରା ଭାରତ ବର୍ଷ ରେ ଶାସନ କରୁଥିଲେ ଗୋରା ସାହେବ ମାନଙ୍କର ଶାସନ ର ଅତ୍ୟାଚାର କୁ ରୋକିବା ପାଇଁ, ଭାରତ ମାତା ର ସ୍ୱାଧୀନ ପାଇଁ ଏକ ଗଡ଼ଜାତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୬୨ ରୁ ଉର୍ଦ୍ଧ ସଂଗ୍ରାମୀ ମାନେ ଏକତ୍ରିତ ହୋଇ ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇବା ବା ସହ ଗୋରା ସାହେବ ମାନଙ୍କୁ ମାଡ ମାରି ବିତାଡିତ କରି ବରକୋଳା ଡାକ ବଙ୍ଗଳା ରେ ଅଗ୍ନି ଲଗାଇ ଥିଲେ ।
ବଙ୍ଗଳା ରେ ନିଆଁ ଲଗାଇବା ସମୟରେ ଇଂରେଜ ଗୁଳି ରେ ସେଠାରେ କଷ୍ଟି ଡାକୁଆ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଭାଗବତ ସ୍ୱାଇଁ ସହୀଦ ହୋଇ ଥିବା ବେଳେ ୫୮ ଜଣଙ୍କୁ ଇଂରେଜ ମାନେ ମାଡ ମାରି ବିତାଡିତ କରିଥିଲେ ।ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ରେ ୫୦ ରୁ ଉର୍ଦ୍ଧ ସଂଗ୍ରାମୀ ନୂଆଗାଁ ଥୁଆବାରି ଗ୍ରାମରୁ ନିଜର ପିଲା, ସ୍ତ୍ରୀ ପରିବାର ମାନଙ୍କୁ ଛାଡି ଭାରତ ମାତା ର ସେବା ରେ ଯୋଗ ଦେଇ ହସି ହସି ନିଜର ଜୀବନ କୁ ବଳିଦାନ ଦେଇଥିଲେ । ଆଜି ବି ଜଣେ ସ୍ୱାଧୀନତା ସଂଗ୍ରାମୀ ଖଦି ସ୍ୱାଇଁ ଭାରତ ମାତା ର କୋଳ ରେ ନିଖୋଜ ଅଛନ୍ତି।
ଆଜି ଥୁଆବାରି ଗ୍ରାମରେ ସହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରୀୟ ସଂମ୍ମାନ ଦେବା ସହ ସହୀଦ ସ୍ତମ୍ବ ନିର୍ମାଣ କରାଯାଇଥିଲା ତାହା ସହିତ ଥୁଆବାରି କୁ ଆଦର୍ଶ ଗ୍ରାମରେ ନାମିତ କରାଯାଇଥିଲା । ଆଜିର ଏହି ୮୦ ତମ ପ୍ରଜାମଣ୍ଡଳ ସହୀଦ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ନୂଆଗାଁ ବ୍ଲକ ର ମଣ୍ଡଳ ଉନୟନ ଅଧିକାରୀ ପ୍ରମୋଦ କୁମାର ନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମି ସ୍ୱାଇଁ, ବ୍ଲକ ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ ଏବଂ ହରିପୁର ଗ୍ରାମପଞ୍ଚାୟତ ର ବିଜୁ ଯୁବ ଛାତ୍ର ସଂଗଠନ ର ସଭାପତି ଜିତେନ୍ଦ୍ର ଖଟୁଆ, ଗୁମି ଗ୍ରାମପଞ୍ଚାୟତ ର ସରପଞ୍ଚ ରଜନୀ ନାୟକ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ବରକୋଳା ବଙ୍ଗଳା ଠାରେ ସ୍ୱାଧୀନତା ସଂଗ୍ରାମୀ କଷ୍ଟି ଡାକୁଆ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଶ୍ରାଦ୍ଧ ଦିବସ ପାଳିତ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.