Odisha News

ନୟାଗଡ଼ : ନୋତର ସମବାୟ ସମିତି ସଭାପତି ନିର୍ବାଚନରେ ଅନିୟମିତତା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୭: ନୟାଗଡ଼ ନୋତର ଗ୍ରାମପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଅନିୟମିତତା।
ଥାନା ର ଦ୍ବାରସ୍ଥ ହେଲେ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ। ଅଭିଯୋଗ ଅନୁଯାୟୀ ନୋତର ସମବାୟ ସମିତି ସଭାପତି ନିର୍ବାଚନ ଲାଗି ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ସମିତି ସମ୍ପାଦକ ଆଶିଷ କୁମାର ପ୍ରଧାନଙ୍କ ସହ ସାକ୍ଷାତ କରିଥିଲେ ଏସମ୍ପର୍କରେ ନୋଟିସ ମାଧ୍ୟମରେ ଜଣାଇଦିଆଯିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ।
ହଠାତ୍ ୩/୭/୨୦୨୨ ତାରିଖରେ ସମସ୍ତ ଙ୍କୁ ଡକାଇ ୪/୭/୨୦୨୨ ତାରିଖରେ ସଭାପତି ନିର୍ବାଚନ ହେବ ବୋଲି ନୋଟିସ ଦେଇଥିଲେ।
ନୋଟିସ ରେ ନିର୍ବାଚନ ଅଧିକାରୀ ଙ୍କ ଦସ୍ତଖତ ଏବଂ ସିଲ ନଥିବାରୁ ସନ୍ଦେହ ଉପୁଜିବାରୁ ନିର୍ବାଚିତ ପ୍ରତିନିଧି ଗୋଲଖ ନାୟକ ଉପରିସ୍ଥ
ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ୨୪/୬/୨୦୨୨ ତାରିଖରୁ ସଭାପତି ନିର୍ବାଚନ ସରିଯାଇଥିବା ପ୍ରକାଶ କରିଥିଲେ।
ବିଶେଷ ସୂତ୍ରରୁ ପ୍ରକାଶ ସମ୍ପାଦକ ଆଶିଷ କୁମାର ପ୍ରଧାନ ଚଞ୍ଚକତା କରି ମନଇଛା ଜଣେ ସଭ୍ୟଙ୍କୁ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ କରିସାରିଛନ୍ତି ।ଅନ୍ୟପକ୍ଷରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଙ୍କ ନାମରେ ଆଉ ଏକ ସଙ୍ଗିନୀ ଅଭିଯୋଗ ହୋଇଛି ସମବାୟ ସମିତି ନିର୍ବାଚନ ଡାଇରେକ୍ଟର ପଦବୀ ପାଇଁ ଚଣ୍ଡେଶ୍ବର ନାୟକ ଏକମାତ୍ର ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ତାଙ୍କୁ ବିଜୟୀ ଘୋଷଣା କରାଗଲା।
କିନ୍ତୁ ୩/୭/୨୦୨୨ ତାରିଖ ରେ ସମବାୟ ସମିତି ରେ ପହଞ୍ଚିବା ବେଳେ ଚଞ୍ଚକତା ସହ ଚଣ୍ଡେଶ୍ବର ନାୟକ ଙ୍କ ନାମ ବାଦ ଦିଆଯାଇ ତାଙ୍କ ସ୍ଥାନରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଡାଇରେକ୍ଟର ଭାବେ ନିଜ ବାପାଙ୍କ ନାମ ଅଚ୍ୟୁତାନନ୍ଦ ପ୍ରଧାନ ଙ୍କ ନାମ ରଖିଥିବା ଇଟାମାଟି ଥାନା ରେ ଅଭିଯୋଗ ହୋଇଛି।
ନୋତର ସମବାୟ ସମିତି ନିର୍ବାଚନରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଅନିୟମିତତା କରିଥିବା ଅଭିଯୋଗ ଆଣି ନିର୍ବାଚିତ ଡାଇରେକ୍ଟର ମାନେ ଇଟାମାଟି ଥାନା ରେ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ପଦକ୍ଷେପ ନିମନ୍ତେ ଏ ଆର ସି ଏସଙ୍କ ପାଖକୁ ଦାବିପତ୍ର ପଠାଇଛନ୍ତି।

Related Posts

Seo wordpress plugin by www.seowizard.org.