Odisha News

ନୟାଗଡ ବନବିଭାଗ ର ଜିଲ୍ଲା ସ୍ତରୀୟ ପରିଚାଳନା ଓ ସମନ୍ଵୟ କମିଟି ବୈଠକ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୮/୭: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମେଗା ନର୍ସରୀ ଠାରେ ନୟାଗଡ ବନବିଭାଗ ର ଜିଲ୍ଲା ସ୍ତରୀୟ ପରିଚାଳନା ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ମହିପୁର ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ସମ୍ପର୍କରେ ଅଂଶ ଗ୍ରହଣ କରିଥିଲେ।ନୟାଗଡ ଜିଲ୍ଲାର ସର୍ବ ବୃହତ୍ ମେଗା ନର୍ସରୀ ଜିଲ୍ଲାପାଳ ବୁଲିଦେଖିବା ସହ ବୃକ୍ଷ ରୋପଣ କରିଥିଲେ।ଏହି ସର୍ବ ବୃହତ୍ ମେଗା ନର୍ସରୀ ରେ ଜୈବିକ ଖତ ପ୍ରସ୍ତୁତ ହେବା ସହ ପ୍ରତିବର୍ଷ ୧୦ ହଜାର ରୁ ଉର୍ଦ୍ଧ୍ବ ବିଭିନ୍ନ ବୃକ୍ଷ ର ଚାରା ଉତ୍ପାଦନ କରାଯାଇଥାଏ।

Related Posts

Seo wordpress plugin by www.seowizard.org.