Odisha News

ନୟାଗଡ: ଜିଲ୍ଳା ସ୍ତରୀୟ ହକାଥାନ ଓ ସହାୟକ ପ୍ରତିଯୋଗିତା ୨୦୨୩

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୧୫/୨: ନୟାଗଡ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହକାଥାନ ଓ ସହାୟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ପ୍ରଦୀପପ୍ରଜ୍ବଳନ ଓ ବେଦମନ୍ତ୍ର ଧ୍ୟାନ ସହ ଜିଲ୍ଲା ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷକ, ଉପସ୍ଥିତ ଥିବା ଜିଲ୍ଲା ର ୨୯ଗୋଟି ଉଚ୍ଚ ମାଧ୍ୟମିକ ଅଧକ୍ଷ ଅଧ୍ୟାପିକା,ଛାତ୍ରଛାତ୍ରୀ ଓ ବିଚାରକ ମଣ୍ଡଳୀଙ୍କ ସମାବେଶରେ ଶୁଭ ଉଦଘାଟନ କରାଯାଇଥିଲା।
ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ସମସ୍ତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ,ତର୍କ, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ଏହି ପ୍ରତିଯୋଗିତାକୁ ଅଧ୍ୟାପକ ଅଭିମନ୍ୟୁ ସାହୁ ,ପ୍ରଶାନ୍ତ କୁମାର ରାଉତ ପରିଚାଳନ କରିଥିଲେ।
ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀଯୁକ୍ତ ରଜନୀକାନ୍ତ ମିଶ୍ର, ଶ୍ରୀଯୁକ୍ତ ଅଜୟ ପଟ୍ଟନାୟକ,ରମେଶ ମହାପାତ୍ର, ଉମର ମଲ୍ଲିକ,ହରେକୃଷ୍ଣ ସାହୁ,ଶ୍ରାବଣ କୁମାର ରାମ ପ୍ରଭୃତି ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାର ମୂଲ୍ୟାଙ୍କନ କରିଥିଲେ ଏବଂ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।
ବିଭିନ୍ନ ପ୍ରତିଯୋଗୀତାରେ କୃତକାର‌୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଓଡିଆ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ନିର୍ଜା ପ୍ରଧାନ (ନୟାଗଡ଼ ଯୁକ୍ତ ଦୁଇ ମହାବିଦ୍ୟାଳୟ), ଦ୍ୱିତୀୟ ସ୍ଥାନ ପ୍ରିୟ ରଞ୍ଜନ ପାଣି (ବୃନ୍ଦାବନ ସୁବୁଦ୍ଧି ଯୁକ୍ତ ଦୁଇ ମହାବିଦ୍ୟାଳୟ ଦଶପଲ୍ଲା), ତୃତୀୟ ସ୍ଥାନ ପ୍ରତ୍ୟୁଷା ପ୍ରଧାନ (ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ), ଓଡିଆ ତର୍କ ପ୍ରତିଯୋଗୀତାରେ ପ୍ରଥମ କଳ୍ପନା ରାଉତ (ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ), ଦ୍ୱିତୀୟ ଦେବାଶିଷ ସ୍ୱାଇଁ (ରଘୁନାଥ ସମବାୟ ଯୁକ୍ତଦସ୍ୱବ ମହାବିଦ୍ୟାଳୟ), ତୃତୀୟ ଲକ୍ଷ୍ମୀ ନାୟକ (କୃଷ୍ଣପ୍ରିୟା ଦେବୀ ମହିଳା ଯୁକ୍ତ ଦୁଇ ମହାବିଦ୍ୟାଳୟ ଦଶପଲ୍ଲା), ଇଂରାଜୀ ପ୍ରବନ୍ଧରେ ପ୍ରଥମ ସୁପ୍ରଭା ବେହେରା (ଓଡିଶା ଆଦର୍ଶ ବିଦ୍ୟାଳୟ ନୟାଗଡ଼), ଦ୍ୱିତୀୟ ଅନନ୍ୟା ନାୟକ (ନୟାଗଡ଼ ଯୁକ୍ତ ଦୁଇ ମହାବିଦ୍ୟାଳୟ), ତୃତୀୟ କୃଷ୍ଣଚନ୍ଦ୍ର ପାଲ (ଶରଣକୁଳ ଯୁକ୍ତଦୁଇ ମହାବିଦ୍ୟାଳୟ), ଇଂରାଜୀ ତର୍କ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅମ୍ରିତା ସ୍ନେହଗଙ୍ଗା (ବୃନ୍ଦାବନ ସୁବୁଦ୍ଧି ଯୁକ୍ତଦୁଇ ମହାବିଦ୍ୟାଳୟ ଦଶପଲ୍ଲା), ଦ୍ୱିତୀୟ ଅର୍ଚ୍ଚନା ପଟ୍ଟନାୟକ (ଗତିଶ୍ୱର ଯୁକ୍ତଦୁଇ ମହାବିଦ୍ୟାଳୟ ମାଳିସାହି), ତୃତୀୟ ସୃତିସଙ୍ଘମିତ୍ରା (ରଘୁନାଥ ସମବାୟ ଯୁକ୍ତଦୁଇ ମହାବିଦ୍ୟାଳୟ ଓଡ଼ଗାଁ) ହୋଇ ପୁରସ୍କାର ପ୍ରାପ୍ତ କରିଥିଲେ। ଜିଲ୍ଲା ସ୍ତରୀୟ ହକାଥାନ ପ୍ରତିଯୋଗିତା ରେ ୨୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ସେଥି ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୟାଗଡ ର ଛାତ୍ର ଶୁଭାଶିଷ ବରାଡ ଏବଂ ବିଷ୍ଣୁ ମଙ୍ଗରାଜ(ଙ୍କଦ୍ଭଭକ୍ସରବଳବଭକ୍ଷର ଭକ୍ସସୟଶର) ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ୧୫୦୦୦ହଜାର ଟଙ୍କା ପୁରସ୍କାର ପ୍ରାପ୍ତ କରିଥିଲେ। ପଠାଣି ସାମନ୍ତ +୨ ମହାବିଦ୍ୟାଳୟର ଛାତ୍ରୀ ସ୍ଵୟଂଶ୍ରୀ ନନ୍ଦ ସ୍ମାର୍ଟ ଗ୍ରୀନ୍ ହାଉସ ପ୍ରକଳ୍ପ ପାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରି ୧୦୦୦୦ଟଙ୍କା ପୁରସ୍କାର ପାଇଥିଲେ ଏବଂ ବୃନ୍ଦାବନ ସୁବୁଦ୍ଧି ଦଶପଲ୍ଲା ମହାବିଦ୍ୟାଳୟର କୁମାର ପ୍ରଭୁଦତ୍ତ,ସମ୍ୟରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରି ୫୦୦୦ ଟଙ୍କା ପୁରସ୍କାର ପ୍ରାପ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତି କ୍ରିଏସନ ସାଂସ୍କୃତିକ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା।
ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ, ଇଟାମାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ଵପ୍ନେଶ୍ୱରି ସେଠୀ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମାନସ ଷଡ଼ଙ୍ଗୀ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।ହକାଥାନର ଏହି ଅଭିନବ ଉଦ୍ୟମକୁ ଅତିଥି ବୃନ୍ଦ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ଯୁବ ପ୍ରତିଭା ମାନଙ୍କୁ ଭବିଷ୍ୟତ ଜୀବନରେ ସଫଳତା ପାଇଁ ପ୍ରୋତ୍ସାହିତ କରିବ ବୋଲି ମତ ପ୍ରକାଶ କରିଥିଲେ।

Related Posts

Seo wordpress plugin by www.seowizard.org.