Odisha News

ନୟାଗଡ : ଘରୁ ଡ଼ାକିନେଇ ହତ୍ୟା ଅଭିଯୋଗ

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ,୧୬/୭: ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବୁଢାବୁଢିଆଣୀ ଡ୍ୟାମ ରାସ୍ତା କଡରୁ ଜଣେ ଯୁବକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାଇ ମୃତ ଯୁବକ ଜଣଙ୍କ ହେଉଛନ୍ତି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ର “ବୈକୁଣ୍ଠ ଖିଲାର “ଙ୍କ ପୁତ୍ର “ମହେନ୍ଦ୍ର ଖିଲାର”।
ପରିବାର ଲୋକ ଙ୍କ କହିବା କଥା ମହେନ୍ଦ୍ର ବାହାରେ ରଙ୍ଗ କାମ କରନ୍ତି ଆଉ ବେଳେ ବେଳେ ଗାଁ ର ଯାତ୍ରା ପାଟି ରେ ଅଭିନୟ କରିଥାନ୍ତ୍। କିନ୍ତୁ ଏବେ କିଛି ଦିନ ହେଲା ସେ ବାହାରେ ରହି ରଙ୍ଗ କାମ କରିଆସୁଥିଲେ.ତା୧୪/୦୭/୨୨ ରିଖ ଗୁରୁବାର ଦିନ ସେ ଭୁବନେଶ୍ୱର ରୁ ଆସି ଅପାରହ୍ନ ୪ ଟା ବେଳେ ଗାଁ ରେ ପହଞ୍ଚି ଥିଲେ।
ପରିବାର ଲୋକ ଙ୍କ ଅଭିଯୋଗ ଅନୁଯାଇ ସେହି ଦିନସନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ, ତାଙ୍କ ପଡୋଶୀ ଗାଁ ” କୁରାଢ଼ୀଘଷା “:ଗ୍ରାମର ” ଲାଭ ବାରିକ” ଙ୍କ ପୁଅ ଚିତ୍ତରଞ୍ଜନ ବାରିକ (୨୨ ବର୍ଷ) ଓରଫ “ଟିଟୁ ” ମହେନ୍ଦ୍ର ଙ୍କୁ ଘରୁ କେଉଁଆଡେ ଡାକି କରି ନେଇଥିଲେ । ତାପର ଠାରୁ ମହେନ୍ଦ୍ର ଆଉ ଘରକୁ ଫେରି ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତାପର ଦିନ, ଅର୍ଥାତ ତା ୧୫/୦୭/୨୦୨୨ରିଖ ଶୁକ୍ରବାର ଦିନ ସକାଳୁ ମହେନ୍ଦ୍ର ଖିଲାର ଙ୍କ ଝୁଲନ୍ତା ମୃତ ଦେହ ବୁଢାବୁଢିଆଣୀ ରାସ୍ତା ନିକଟରେ ଦେଖିବାକୁ ମିଳିଥିଲା ।ଖବର ପାଇବା ପରେ ଓଡଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଝୁଲନ୍ତା ଅବସ୍ଥାରେ ଶବ କୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।
ଘରୁ ଡାକି ନେଇଥିବା ପଡୋଶୀ ଗାଁ ର “ଟିଟୁ ବାରିକ” ଯୋଜନାବଦ୍ଧ ଭାବେ ମହେନ୍ଦ୍ର କୁ ହତ୍ୟା କରିଛି ବୋଲି ଓଡଗାଁ ଆଦର୍ଶ ଥାନା ରେ ପରିବାର ଲୋକ ଲିଖିତ ଅଭିଯୋଗ କରିଥିଲେ ।ପରିବାର ଲୋକଙ୍କ ଲିଖିତ ଅଭିଯୋଗ କୁ ଭିତିକରି ଘଟଣା ର ଖୋଳତାଡ଼ ଆରମ୍ଭ କରିଛି ଓଡ଼ଗାଁ ପୋଲିସ।
ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ,ଥାନାରେ ଜଣକୁ ଅଟକରଖି ପଚରା ଉଚରା କରୁଛି ପୋଲିସ।ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଥାନା ଅଧିକାରୀ।
ନୟାଗଡ : ପଦାରେ ପଡ଼ିଲା ସରକାରଙ୍କ ପାନୀୟ ଜଳ ବିଭାଗର ପାରିବା ପଣିଆ , ପାଣି ପାଇଁ ରାସ୍ତା ରେ ବସିଲେ ଗ୍ରାମବାସୀ
ନୟାଗଡ,୧୬/୭ : ପଦାରେ ପଡିଲା ସରକାର ଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ର ପାରିବା ପଣିଆ । ପାନୀୟ ଜଳ ମୁନ୍ଦେ ପାଇଁ ଗ୍ରାମାଞ୍ଚଳ ର ଲୋକମାନେ ନାହିଁ ନଥବା ଦୁର୍ଦ୍ଦଶା ଭୋଗୁଥିବା ବେଳେ, ସରକାର ବିକାଶ ର କଥା କହି ବିଭିନ୍ନ ଗଣମାଧ୍ୟମ ରେ ଡିଣ୍ଡିମ ପିଟୁଥିବା ଦେଖିବାକୁ ମିଳିଛି ।
ହେଲେ ଏବେ ବର୍ଷାଦିନେ ମଧ୍ୟ ଗ୍ରାମାଞ୍ଚଳରେ ଲୋକମାନେ ପାନୀୟ ଜଳ ମୁନ୍ଦେ ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମପଞ୍ଚାୟତ ର ଡାକୋଡୋଲ (ରୋଡ଼ ସାହି) ଗ୍ରାମରେ ।
ମିଲିଥିବା ସୂଚନା ଅନୁଯାୟୀ,ଗ୍ରାମର ସାହି ବାସିନ୍ଦା ଙ୍କ ପାଇଁ ଥିବା ନଳକୂପ ଦୁଇଟି ଦୀର୍ଘଦିନ ହେଲା ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିବା ରୁ ସାହି ବାସିନ୍ଦା ପାଣି ପାଇଁ ନିକଟସ୍ଥ ନଦୀ ଉପରେ ନିର୍ଭର କରୁଥିଲେ।
ହେଲେ ନିକଟସ୍ଥ ଗ୍ରାମର ଲୋକମାନେ ନଦୀକୁ ଥିବା ରାସ୍ତା କୁ ବାଡ ଦେଇ ବନ୍ଦ କରିଦେବା ଫଳରେ ସାହି ବାସିନ୍ଦା ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଯେଉଁଥି ପାଇଁ ” ଡାକ ଡୋଲ” ନୂଆସାହି ଲୋକମାନେ ପାଣି ସମସ୍ୟା ସମାଧାନ ନିମନ୍ତେ ରାଜ ରାସ୍ତାରେ ବସିଥିବାର ଅଭିଯୋଗ ହୋଇଛି।
ଗ୍ରାମବାସୀ ଏଥିନେଇ ବ୍ଲକ ପ୍ରଶାସନ,ଜନପ୍ରତିନିଧି ଓ ପାନୀୟଜଳ ଯୋଗାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ,କେହି ଏଥି ପ୍ରତି ଗୁରୁତ୍ବ ଦେଉନଥିବା ନେଇ ଅଭିଯୋଗ ହୋଇଛି।
ଗ୍ରାମର ପାନୀୟଜଳ ସମସ୍ୟା କୁ ନେଇ ଆଜି ସକାଳ ସମୟ ରେ ବାହାଡାଝୋଲା ଠାରୁ ମହୀପୁର କୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗୀୟ ରାସ୍ତା କୁ “ଡାକଡୋଲ” ନୁଆସାହି ଗ୍ରାମବାସୀ ଅବରୋଧ କରିଥିଲେ ଯାହାଫଳରେ ଏହି ରାସ୍ତାରେ ଗାଡ଼ି ମଟର ଯାତାୟାତ ଠପ୍ ହୋଇଯାଇଥିଲା ।
ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ, ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ ଓ ପୋଲିସ ପହଂଚି ପାଣି ପାଇଁ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରିବା ସହିତ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ରୁ ହଟିଥିଲ ଗ୍ରାମବାସୀ ତେବେଦେଖିବାକୁ ଅପେକ୍ଷା କେବେ ହେଉଛି ଏହି ପାଣି ସମସ୍ୟାର ସମାଧାନ.।

Related Posts

Seo wordpress plugin by www.seowizard.org.