Odisha News

ନୟାଗଡ଼ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିରରୁ ବିଗ୍ରହ ଚୋରି

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫/୬ : ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରି। ନୟାଗଡ଼ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଶ୍ରୀ ରଘୁନାଥ ଙ୍କ ମନ୍ଦିର ଭିତରୁ ବହୁ ପୁରାତନ ପିତଳ ନିର୍ମିତ ରାଧା ମୁର୍ତ୍ତି ଚୋରି ଯାଇଥିବା ମନ୍ଦିର ସୁପରଭାଇଜର ସନ୍ତୋଷ କୁମାର ପ୍ରସାଦ ଟାଉନଥାନା ରେ ଅଭିଯୋଗ କରିଛନ୍ତି।
ଲିଖିତ ଅଭିଯୋଗ ଅନୁଯାୟୀ ମନ୍ଦିର ସୁପରଭାଇଜର ଗତ ତା ୨୩/୬/୨୦୨୨ ରିଖ ୧୦ ଘଣ୍ଟା ସମୟରେ ମନ୍ଦିର ରୁ ରାଧା ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ୨୪/୬/୨୦୨୨ ତାରିଖ ରେ ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ।
ଏହି ଚୋରି ଘଟଣାରେ ମନ୍ଦିର ସୂଆର ଏବଂ ଟହଲିଆ ଙ୍କ ହାତ ଥିବା ସନ୍ଦେହ କରି ଏହି ଦୁଇଜଣ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଚୋରି ସମ୍ପର୍କରେ ସୂଆର ଏବଂ ଟହଲିଆ ମନ୍ଦିର ନିକଟସ୍ଥ ଜଣେ ବ୍ୟକ୍ତି ମନ୍ଦିର କୁ ଦର୍ଶନ କରିବାକୁ ଆସି ମୂର୍ତ୍ତି କୁ ନେଇ ଦୈାଡି ପଳାଇଥିବା ସର୍ବସାଧାରଣ ଙ୍କ ସମ୍ମୁଖରେ ପ୍ରକାଶ କରୁଛନ୍ତି।
ଥାନା ରେ ଅଭିଯୋଗ ପରେ ମୂର୍ତ୍ତି ଚୋରି ଘଟଣାକୁ ଗୁରୁତର ସହ ନେଇ ଟାଉନଥାନା ଆଇଆଇସି ପ୍ରଜ୍ଞା ପାରମିତା ଙ୍କ ନିର୍ଦ୍ଦେଶକ୍ରମେ ଏସ ଆଇ ଧର୍ମେନ୍ଦ୍ର ଶିଆଳ ତଦନ୍ତ ଜାରି ରଖିଛନ୍ତି।

Related Posts

Seo wordpress plugin by www.seowizard.org.